ETV Bharat / sitara

ଜନତା କର୍ଫ୍ୟୁ ଅବହେଳାକୁ ନେଇ ଦେଶବାସୀଙ୍କ ଉପରେ ରାଗିଲେ ରିଚା - କୋରୋନା ଭାଇରସ ସତର୍କତା

ସୋସିଆଲ ମିଡିଆରେ ଜନତାଙ୍କ ଥାଳି ବଜାଇବା ଭିଡିଓ ସେୟାର କରି ଅସନ୍ତୋଷ ପ୍ରକାଶ କଲେ ଅଭିନେତ୍ରୀ ରିଚା ଚଡ୍ଡା । ଭାଇରାଲ ହେଲା ଭିଡିଓ...

_richa chadha
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଚା ଚଡ୍ଡା
author img

By

Published : Mar 23, 2020, 4:17 PM IST

ମୁମ୍ବାଇ: ରବିବାର କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଅପିଲର ପାଳନ କରୁଥିବାର ନଜର ଆସିଥିଲେ ଜନତା। ପୁରା ଦେଶରେ ଲୋକ ନିଜ ନିଜ ଘରେ ରହି ଏହାର ସମର୍ଥନ କରିଥିଲେ। ରାସ୍ତାଘାଟ ସୁନସାନ ରହିବା ସହ ପୋଲିସ ପ୍ରଶାସନ ମଧ୍ୟ ମୁତୟନ ହୋଇଥିଲା।

ଭିଡିଓ ସୌଜନ୍ୟ: ଟ୍ବିଟର@ରିଚା ଚଡ୍ଡା

ହେଲେ ଏହି ସମୟରେ କିଛି ଲୋକ ଏମିତି ମଧ୍ୟ ଥିଲେ ଯିଏ ଜନତା କର୍ଫ୍ୟୁର ମଜା ଉଡାଇଥିଲେ। ଏମିତି ଏକ ଭିଡିଓ ଅଭିନେତ୍ରୀ ରିଚା ଚଡ୍ଡା ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ।

କଥାଟି ହେଲା ଯେ ପିଏମ ମୋଦି କହିଥିଲେ ଯେ ଜନତା କର୍ଫ୍ୟୁ ସନ୍ଧ୍ୟା 5ଟାରେ ନିଜ ନିଜ ଘରର ବାଲକନିରେ ତାଳି ମାରି କୋରୋନା ଭାଇରସ ଲଢେଇରେ ଏଜଜୁଟ ଯୋଦ୍ଧାଙ୍କୁ ଅଭିବାଦନ କରିବାକୁ। ଅନେକ ଲୋକ ଏପରି କରିଥିଲେ। ସେହିପରି କିଛି ଲୋକ ରାସ୍ତାକୁ ଓହ୍ଲାଇ ଭିଡ ଜମା କରି ଥାଳି ବଜାଇଥିଲେ। ଦେଶର ଅନେକ ସ୍ଥାନରୁ ଏପରି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି।

ଏପରି ବ୍ୟବହାରରେ ରିଚା କ୍ରୋଧଭରା ଜବାବ ଦେଇ ସେୟାର କରିଥିବା ଭିଡିଓରେ ଲେଖିଛନ୍ତି, ‘ମୁର୍ଖାମୀର ସବୁ ସୀମା ପାର। ଏହା ଜନତା କର୍ଫ୍ୟୁର ସମ୍ପୂର୍ଣ୍ଣ ଅପୋଜିଟ।’ ତାଙ୍କର ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.