ETV Bharat / sitara

ସୁଶାନ୍ତଙ୍କୁ ଭୁଲିପାରୁନାହାନ୍ତି ରିୟା, ଇନ୍‌ଷ୍ଟାରେ ଲେଖିଲେ Miss you so much

author img

By

Published : Jan 22, 2022, 8:17 AM IST

ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କୁ ଭୁଲିପାରିନାହାନ୍ତି । ଏକ ଭିଡିଓ ସେୟାର କରି ଭାବପ୍ରବଣ କ୍ୟାପସନ୍ ଦେଇଛନ୍ତି ରିୟା ଚକ୍ରବର୍ତ୍ତୀ। ଅଧିକ ପଢନ୍ତୁ

ସୁଶାନ୍ତଙ୍କୁ ଭୁଲିପାରୁନାହାନ୍ତି ଏକ୍ସ ଗର୍ଲଫ୍ରେଣ୍ଡ ରିୟା, ଇନ୍‌ଷ୍ଟାରେ ଲେଖିଲେ Miss you so much

ହାଇଦ୍ରାବାଦ: ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ 14 ଜୁନ୍ 2020 ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶୁକ୍ରବାର (ଜାନୁଆରୀ 21) ଥିଲା ଅଭିନେତାଙ୍କ 36 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ତାଙ୍କ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଝୁରୁଛନ୍ତି । କେବଳ ସେମାନେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କୁ ଭୁଲିପାରିନାହାନ୍ତି ।

ସୁଶାନ୍ତଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ବହୁତ ମିସ୍‌ କରୁଛନ୍ତି ରିୟା । ଏକ ଭିଡିଓ ସେୟାର କରି ଭାବପ୍ରବଣ କ୍ୟାପସନ୍ ଦେଇଛନ୍ତି ରିୟା ଚକ୍ରବର୍ତ୍ତୀ। ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଜିମରେ ନଜର ଆସିଛନ୍ତି। ମଜା କରିବା ସମୟରେ ଦୁହେଁ ପୋଜ୍ ଦେଉଛନ୍ତି ।

ତା’ପରେ ସୁଶାନ୍ତ ଅଭିନେତ୍ରୀଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛି । ରିୟା ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ତୁମକୁ ବହୁତ ମିସ୍ କରୁଛି'। ଏହା ସହିତ ସେ ଏକ ହୃଦୟ ଇମୋଜି ମଧ୍ୟ ସେୟାର କରିଛନ୍ତି । ସୁଶାନ୍ତଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ମଧ୍ୟ ତାଙ୍କ ସ୍ମୃତିରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

2020 ମସିହାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ମୁମ୍ବାଇରେ ତାଙ୍କ ଘରୁ ମିଳିଥିଲା, ଏହା ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରାଯାଇଥିଲା। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଥିଲା, କାରଣ ସୁଶାନ୍ତଙ୍କ ପରିବାର ରିୟା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ତେବେ ସେ ବର୍ତ୍ତମାନ ଜାମିନରେ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.