ETV Bharat / sitara

ସେପ୍ଟେମ୍ବରରେ ଡେବ୍ୟୁ କରିବେ ସନ୍ନିଙ୍କ ପୁଅ କରନ

ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ କରିବେ ବଲିଉଡ ଏଣ୍ଟ୍ରି । ଖୁବ ଶୀଘ୍ର ରୋମାଣ୍ଟିକ ଫିଲ୍ମ ‘ପଲ ପଲ ଦିଲ କେ ପାସ’ରେ ନଜର ଆସିବେ କରନ ।

author img

By

Published : Jun 18, 2019, 4:18 PM IST

ଫଟୋ ସୌଜନ୍ୟ: ଟ୍ବିଟର/@taran_adarsh

ହାଇଦ୍ରାବାଦ: ବଲିଉଡରେ ଡେବ୍ୟୁ କରୁଛନ୍ତି ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ । ଖୁବ ଶୀଘ୍ର ଫିଲ୍ମ ‘ପଲ ପଲ ଦିଲକେ ପାସ’ ଜରିଆରେ କରିବେ ଡେବ୍ୟୁ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ନିଜେ ସନ୍ନି ଦେଓଲ ।

pal pal dil ke pass
ଫଟୋ ସୌଜନ୍ୟ: ଟ୍ବିଟର/@taran_adarsh

ଫିଲ୍ମରେ କରନଙ୍କ ସହ ନଜର ଆସିବେ ନବାଗତା ସାହେର ବାମ୍ବା । ଫିଲ୍ମର ସୁଟିଂ ମେ 2017ରୁ ଆରମ୍ଭ ହୋଇଯାଇଥିଲା । ଫିଲ୍ମକୁ ପ୍ରଥମେ ଡିସେମ୍ବର 2018ରେ ରିଲିଜ କରିବାର ଥିଲା କିନ୍ତୁ ଏହାର ତାରିଖକୁ ପରିବର୍ତ୍ତନ କରାଯାଇ 14 ଫେବୃଆରୀ 2019ରେ ରିଲିଜ ହେବାର ଥିଲା । ମାତ୍ର କିଛି ଅସୁବିଧା କାରଣରୁ ଏହା ଫେବୃୟାରୀରେ ରିଲିଜ ହୋଇପାରିନଥିଲା ।

ତେବେ ଏହାକୁ ଚଳିତ ବର୍ଷ 20 ସେପ୍ଟେମ୍ବରରେ ରିଲିଜ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ସୂଚନା ଦେଇଛନ୍ତି ଆନାଲିଷ୍ଟ ତରନ ଆଦର୍ଶ । ଏହାର ନିର୍ଦ୍ଦେଶନା ଦେବ ଜି ଷ୍ଟୁଡିଓ ଓ ସନ୍ନି ସାଉଣ୍ଡ ପ୍ରାଇଭେଟ ଲିମିଟେଡ । ଫିଲ୍ମର ସୁଟିଂ ମନାଲି, ଗୁରୁଗ୍ରାମ ଓ ଦିଲ୍ଲୀରେ କରାଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.