ETV Bharat / sitara

ପୁଣି ‘ଇଣ୍ଡିଆନ ଆଇଡଲ 12’ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ଆଦିତ୍ୟ

author img

By

Published : May 27, 2021, 12:18 PM IST

କିଛି ଦିନରୁ ‘ଇଣ୍ଡିଆନ ଆଇଡଲ 12’ ପାଇଁ ଟ୍ରୋଲ ହୋଇଆସୁଥିବା ଆଦିତ୍ୟ ଏବେ ପୁଣି ଦେଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଛୋଟ ପରଦାରେ ସବୁବେଳେ ଜବରଦସ୍ତ ଟିଆରପି ରେଟିଂ ପାଇଥିବା ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ ଗତ କିଛି ଦିନ ହେବ ବିବାଦରେ ଘେରରେ ରହିଆସୁଛି। ଥମିବାର ନାଁ ନେଉନାହିଁ ଏହାର ବିବାଦ । ଗତ ସପ୍ତାହରେ ଶୋରେ କିଶୋର କୁମାରଙ୍କ ପାଇଁ ଏକ ସ୍ପେଶାଲ ଏପିସୋଡ ପ୍ରସାରିତ ହୋଇଥିଲା। ଯେଉଁଥିରେ ତାଙ୍କ ଲୋକପ୍ରିୟ ଗୀତ ଗାଇ ପ୍ରତିଯୋଗୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ହେଲେ ଏହି ଏପିସୋଡ ଦେଖିବା ପରେ କ୍ରୋଧିତ ହୋଇ ସୋସିଆଲ ମିଡିଆରେ ଅନେକ ଦର୍ଶକ ଶୋ ବନ୍ଦ କରିବା ଦାବି କରିଥିଲେ । ଯାହାର ସମର୍ଥନ କରିଥିଲେ କିଶୋରଙ୍କ ପୁଅ ତଥା ଗାୟକ ଅମିତ କୁମାର ।

ଏହି ମାମଲାରେ ପୁଣିଥରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଆସିଛନ୍ତି ଶୋର ହୋଷ୍ଟ, ଗାୟକ ଆଦିତ୍ୟ ନାରାୟଣ । ସେ ଅମିତାଙ୍କୁ ଟାର୍ଗେଟ କରି କହିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କ ମତକୁ ସମ୍ମାନ ଦେବା ଉଚିତ୍। ଏହା ସହିତ, ଆମେ ଭଲ ଶୋ ଉପରେ ଧ୍ୟାନ ଦେବା ଉଚିତ୍ । ହଁ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ କିଶୋର କୁମାରଙ୍କ ଏପିସୋଡ୍ ବହୁତ ଭଲ ରେଟିଂ ପାଇଛି । ଆମେ କିଶୋର ଦାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁନାହୁଁ । ଆମେ ତାଙ୍କ ସମ୍ମାନରେ ଏହି ଏପିସୋଡ ପ୍ରସାରିତ କରିଥିଲୁ। ଯେପରି ପାର୍ଟିରେ ସଙ୍ଗୀତ ପସନ୍ଦ କରୁଥିବା ଲୋକେ କିଶୋର ଦାଙ୍କ ଗୀତ ଗାଉଥିବାର ନଜର ଆସୁଛନ୍ତି ଆମେ ସମସ୍ତଙ୍କୁ ଖୁସି କରିପାରିବୁ ନାହିଁ । ଏହା ଅସମ୍ଭବ ମନେହୁଏ ।’

ପ୍ରକାଶ ଥାଉକି ସୋସିଆଲ ମିଡିଆରେ ଶୋ ବ୍ୟତୀତ ଆଦିତ୍ୟଙ୍କୁ ମଧ୍ୟ ଖୁବ୍ ଟ୍ରୋଲ କରାଯାଉଛି । ଯେଉଁଥିରେ କ୍ରୋଧିତ ହୋଇ ସେ ପୁଣିଥରେ ଶୋକୁ ନେଇ ଏମିତି ପ୍ରିତିକ୍ରିୟା ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.