ETV Bharat / sitara

ସୁଶାନ୍ତଙ୍କ ପରିବାରକୁ ସାକ୍ଷାତ କଲେ ରତନ, ବଖାଣିଲେ ମନ କଥା

ଟିଭିର ଫେମସ ଅଭିନେତ୍ରୀ ରତନ ରାଜପୁତ ଲକଡାଉନ ପାଇଁ ପାଟନାରେ ନିଜ ଘରେ ସମୟ ବିତାଉଛନ୍ତି । ସୁଶାନ୍ତଙ୍କ ମୃତ୍ୟରେ ରତନ ଭାଙ୍ଗିଯାଇଛନ୍ତି । ହେଲେ ସେ ସୁଶାନ୍ତଙ୍କ ପରିବାର ସହ ସାକ୍ଷାତ କରି ବର୍ତ୍ତମାନ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 29, 2020, 7:38 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ 14 ତାରିଖରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଦୁଃଖି ତାଙ୍କ ଫ୍ୟାନ୍ସ, ବନ୍ଧୁବାନ୍ଧବ ଓ ପରିବାର ଲୋକ । ଆକ୍ଟରଙ୍କ ଆତ୍ମହତ୍ୟା କରିବା ପଛର କାରଣ ଜାଣିବା ପାଇଁ ମୁମ୍ବାଇ ପୋଲିସ ଜୋରଦାର ତଦନ୍ତରେ ଲାଗିଛି ।

ସେହିପରି ସୁଶାନ୍ତଙ୍କ ପରିବାର ପାଇଁ ଏହା ବହୁତ କଠିନ ସମୟ । ଇତିମଧ୍ୟରେ ଫିଲ୍ମ ଜଗତରୁ କିଛି କଳାକାର ପାଟନା ଯାଇ ତାଙ୍କ ପରିବାର ସହ ସାକ୍ଷାତ କରି ଭଲମନ୍ଦ ବୁଝିବାରେ ଲାଗିଛନ୍ତି । ନିକଟରେ ଫେମସ ଟେଲି ଅଭିନେତ୍ରୀ ରତନ ରାଜପୁତ ମଧ୍ୟ ସୁଶାନ୍ତଙ୍କ ପିତା କେକେ ସିଂଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ।

ଏହି ବିଷୟରେ ଆଲୋଚନା କରି ରତନ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଜରିଆରେ ସେ ସମସ୍ତଙ୍କୁ ଜଣାଇଛନ୍ତି ଯେ ସୁଶାନ୍ତଙ୍କ ପରିବାର ସହ ସାକ୍ଷାତ କରିବା ପରେ ତାଙ୍କୁ କେଉଁ ପରି ଅନୁଭବ ହେଉଛି ।

ସେ ତାଙ୍କ ପରିବାର ସାହସ ବଢାଇବା ପାଇଁ ଯାଇଥିଲେ ହେଲେ ନିଜେ ସାହସ ନେଇ ଫେରିଛନ୍ତି । ସେ ସୁଶାନ୍ତଙ୍କ ପିତା, ଭଉଣୀଙ୍କ ସହ ସାକ୍ଷାତ କରିଥିଲେ । ତାଙ୍କ ପିତା ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି । ତାଙ୍କ ସହ ସାକ୍ଷାତ କରି ସେ ଆଶ୍ଚର୍ଯ୍ୟ । ସେ ବହୁତ ଶାନ୍ତ, ବହୁତ ସକାରାତ୍ମକ । ତାଙ୍କ ଭେଟିବା ପରେ ଆହୁରି ସାହସ ବଢିଯାଇଛି ବୋଲି ପୋଷ୍ଟରେ କହିଛନ୍ତି ରତନ ।

ସେହିପରି ଭିଡିଓ କପ୍ୟାସନରେ ଲେଖିଛନ୍ତି, ‘ଏବେ ମୋ ଜୀବନ ପୁଣି ସ୍ବାଭାବିକ ହେବାରେ ଲାଗିଛି । ସୁଶାନ୍ତଙ୍କ ପିତାଙ୍କୁ ଧନ୍ୟବାଦ । ମୁଁ କେବଳ ପ୍ରାର୍ଥନା କରୁଛି ଈଶ୍ବରଙ୍କ ନିକଟରେ ନ୍ୟାୟ ମାଗୁଛି । ସେ ସବୁ କିଛି ଦେଖୁଛନ୍ତି । ଏହାସହ ରତନ #justiceforsushant ମଧ୍ୟ ଲେଖିଛନ୍ତି ।’ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.