ହାଇଦ୍ରାବାଦ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ସାଇନ୍ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ବିକାଶ ବାହଲ । ‘ଡିଅର୍ କମରେଡ୍’ ପରେ ରଶ୍ମିକା ମେଗାଷ୍ଟାର ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନସେୟାର କରିବେ । ସାଉଥ୍ ଇଣ୍ଡଷ୍ଟ୍ରିରେ ଏକ ଲୋକପ୍ରିୟ ନାମ ରଶ୍ମିକା । ଆସନ୍ତା ବର୍ଷ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଥ୍ରୀଲର ଫିଲ୍ମ ‘ମିଶନ୍ ମଜନୁ’ରେ ବଲିଉଡ ଏଣ୍ଟ୍ରି କରିବେ ।
- " class="align-text-top noRightClick twitterSection" data="
">
ଏହାର କିଛି ଦିନ ପରେ ରଶ୍ମିକା ଆଉ ଏକ ବଲିଉଡ ଫିଲ୍ମ ‘ଡେଡଲି’ରେ ମଧ୍ୟ ନଜର ଆସିବେ ବୋଲି ଜଣାପଡିଥିଲା । ‘କୁଇନ୍’ ଫିଲ୍ମର ନିର୍ଦ୍ଦେଶକ ବିକାଶ ବାହଲ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ । ଏକତା କପୁର ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ପ୍ରଯୋଜନାରେ ମାର୍ଚ୍ଚ 2021ରେ ସୁଟିଂ ସରିବ । ଏହି ଚଳଚ୍ଚିତ୍ରଟି ଜଣେ ପିତା-ଝିଅର କାହାଣୀ ।
- " class="align-text-top noRightClick twitterSection" data="
">
ମିଶନ୍ ମଜନୁ ଏବଂ ଡେଡଲି ବ୍ୟତୀତ ରଶ୍ମିକା ଯଥାକ୍ରମେ ତେଲୁଗୁ ଫିଲ୍ମ ପୁଷ୍ପା, ଆଦାଲୋ ମେକୁ ଜୋହରାଲୁ, ସୁଲତାନ, ପୋଗାରୁରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ