ETV Bharat / sitara

ଶ୍ବଶୁରଙ୍କ ଗୁଣ ଗାନ କଲେ ରଣବୀର

author img

By

Published : Mar 24, 2020, 10:13 AM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ଫେମସ ବ୍ୟାଡମିଣ୍ଟନ ଖେଳାଳି ତଥା ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନଙ୍କ ଫଟୋ । ଫଟୋ ସେୟାର କରି ଧନ୍ୟବାଦ ଜଣାଇଲେ ଝିଅ-ଜ୍ବାଇଁ।

_ranveer singh
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ ପ୍ରଥମ ଭାରତୀୟ ଯିଏ ଇଂଲଣ୍ଡରେ ବ୍ୟାଡମିଣ୍ଟନ ଚାମ୍ପିଆନଶିପ ଜିତିଥିଲେ। ତାଙ୍କ ଏହି ଚାମ୍ପିଆନଶିପ ଜିତିବାକୁ 40 ବର୍ଷ ପୂରଣ ହୋଇଛି। ଏହି ଖାସ୍ ଅବସରରେ ତାଙ୍କ ଜ୍ବାଇଁ ତଥା ଫେମସ ଅଭିନେତା ରଣବୀର ସିଂ ଶଶୁର ପାଇଁ ଏକ ସ୍ପେଶାଲ ମେସେଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହାସହ ସେ ପ୍ରକାଶଙ୍କ ଜିତିବା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘40 ବର୍ଷ ପୂର୍ବେ ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନର ଭାଗ୍ୟ ସବୁଦିନ ପାଇଁ ବଦଳାଇ ଦେଇଥିଲେ। ସେ ଲଣ୍ଡନର ୱେମ୍ବଲେ ଏରିନାରେ ଅଲ ଇଂଲଣ୍ଡ ଚାମ୍ପିଆନଶିପ ଜିତିଥିଲେ। ଯାହାଦ୍ବାରା ଭାରତୀୟ ଖେଳରେ ନୂଆ ଇତିହାସ ସୃଷ୍ଟି ହୋଇଥିଲା । ଐତିହାସିକ ବିଜୟ ଯାହା ସମୟର ଇତିହାସରେ ସବୁବେଳେ ପାଇଁ ଚମକୁଛି।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଦୀପିକା ପାଦୁକୋନ

ସେପଟେ ଦୀପିକା ମଧ୍ୟ ପିତାଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ପିତା, ବ୍ୟାଡମିଣ୍ଟନ ଆଉ ଇଣ୍ଡିଆନ ସ୍ପୋର୍ଟରେ ଆପଣଙ୍କ ଯୋଗଦାନ ବହୁତ ସୁଖଦ। ସମର୍ପଣ, ଅନୁଶାସନ, ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ, ପ୍ରେରଣା ପାଇଁ ଧନ୍ୟବାଦ। ଆମେ ଆପଣଙ୍କୁ ପ୍ରେମ କରୁଛୁ ଆଉ ଆପଣଙ୍କ ଉପରେ ସବୁବେଳେ ଗର୍ବିତ। ଆପଣ ଯେମିତି ଅଛନ୍ତି, ସେମିତି ହେବା ପାଇଁ ଆପଣଙ୍କୁ ଧନ୍ୟବାଦ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.