ETV Bharat / state

ରାଜ୍ୟରେ ବଢିଲା ଆଳୁ ଦର, ମନ୍ତ୍ରୀ କହିଲେ 6 ଲକ୍ଷ ମେଟ୍ରିକ ଟନ ଅଧିକ ଚାଷ ହେବ - POTATO CRISIS

ରାଜ୍ଯରେ ପୁଣି ଆଳୁ ଦର ବୃଦ୍ଧି ପାଇଛି । ଗୋଟିଏ ପ୍ୟାକେଟ ପିଛା 4ଶହ ଟଙ୍କା ବଢ଼ିଛି । ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ ।

FOOD SUPPLY MINISTER ON POTATO
FOOD SUPPLY MINISTER ON POTATO (ETV BHARAT ODISHA)
author img

By ETV Bharat Odisha Team

Published : Jan 6, 2025, 6:40 PM IST

Updated : Jan 6, 2025, 6:52 PM IST

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଥିବା ଆଳୁ ଆଳୁ ସଙ୍କଟ ଦୂର ନେଇ ଅଣ୍ଟା ଭିଡିଲେ ସରକାର। '' ଚଳିତ ଥର 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ'' ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆଳୁ କେଜି ପ୍ରତି 40 ଟଙ୍କା:

ରାଜ୍ଯରେ ପୁଣି ଆଳୁ ଦର ବୃଦ୍ଧି ପାଇଛି । ଗୋଟିଏ ପ୍ୟାକେଟ ପିଛା 4 ଶହ ଟଙ୍କା ବଢ଼ିଛି। ପୂର୍ବରୁ ଯେଉଁ ଆଳୁ 40 କେଜି ପ୍ୟାକେଟ ଦର 8 ଶହ ଟଙ୍କା ଥିଲା, ବର୍ତ୍ତମାନ ତାହା 12 ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରବାହ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି। ରାଜଧାନୀରେ ଆଳୁ କେଜି ପ୍ରତି 40 ଟଙ୍କା ରହିଛି। ଛୋଟ ଛୋଟ ବେପାରୀ 45 ଟଙ୍କାରେ ବିକ୍ରି କରୁଛନ୍ତି। ଆଳୁ ଦର ବୃଦ୍ଧିକୁ ନେଇ ଗତ 6 ମାସ ହେଲା ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲା । ବିଧାନସଭାରେ ଆଳୁକୁ ନେଇ କଥା କଟାକଟି ହୋଇଥିଲେ ବିରୋଧୀ ଏବଂ ଶାସକ ଦଳ ।

FOOD SUPPLY MINISTER ON POTATO (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଆଉ ହେବନି ଆଳୁ ସଙ୍କଟ, ଓଡ଼ିଶା ଆତ୍ମନିର୍ଭରଶୀଳ ହେବାକୁ ବଦ୍ଧପରିକର: ଉପମୁଖ୍ୟମନ୍ତ୍ରୀ - ODISHA TO BOOST POTATO PRODUCTION

ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ:

ଆଳୁକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ''ଆମ ସରକାର ଆଳୁ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି । ଗତକାଲି କୃଷି ମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା ହୋଇଛି । ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ପ୍ରତି ବର୍ଷ 3 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୁଏ, କିନ୍ତୁ ଆବଶ୍ୟକତା ହେଉଛି 14 ଲକ୍ଷ ମେଟ୍ରିକ ଟନ । 11 ଲକ୍ଷ ମେଟ୍ରିକ ଟନ ଆମେ ଅନ୍ୟ ରାଜ୍ୟ ଗୁଡିକ ଠାରୁ ଆମଦାନୀ କରୁ । ଏ ଥରକ କୃଷି ମନ୍ତ୍ରୀ କହିଛନ୍ତି 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ଏବଂ ସ୍ୱାବଲମ୍ବୀ ହେବ ବୋଲି ମୋର ବିଶ୍ୱାସ ଅଛି। ''

ଏହା ମଧ୍ୟ ପଢନ୍ତୁ-ଗ୍ରାହକଙ୍କୁ ଆଶ୍ବସ୍ତି: 'ଆହୁରି କମିବ ଆଳୁ ଦର, ନାସିକରୁ ଆସିବ ପିଆଜ' - POTATO CRISIS

ପୂର୍ବ ସରକାରଙ୍କୁ ଟାର୍ଗେଟ:

ସେ ଆହୁରି ମଧ୍ୟ କହିଛନ୍ତି, ''ଆଳୁ ଦର ବୃଦ୍ଧି ଏବେ ହେଲା ନାହିଁ । 24 ବର୍ଷ ଭିତରେ ବିଜେଡି କିଛି କଲା ନାହିଁ । ଯେଉଁଥି ପାଇଁ ଏହି ଫଳ ଭୋଗିବାକୁ ପଡୁଛି । ଆଳୁ, ପିଆଜ, ପଣସ ମିଶନ ଫେଲ । ଏସବୁ ଫେଲ ହେଲା ପରେ ଲୋକମାନେ ତାଙ୍କୁ ଫେଲ କରିଦେଲେ । 24ରେ ଫେଲ ହୋଇକି ଘରେ ବସିଛନ୍ତି । ତାପରେ ବି ଡେଉଁଛନ୍ତି, ସେମାନେ ଭାବୁଛନ୍ତି କଣ ଗୋଟେ କରିସ୍ମା ହୋଇଯିବ ନବୀନ ମୁଖ୍ୟମନ୍ତ୍ରୀ ହୋଇଯିବେ । ସେ ସ୍ବପ୍ନ ସ୍ବପ୍ନରେ ରହିଯିବ । ବିଜେଡ଼ି ଆଉ 25 ବର୍ଷ ପର୍ଯ୍ୟନ୍ତ ସରକାରକୁ ଆସିବାର ନାହିଁ। ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2025, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.