ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ବୁଧବାର ଦିନ ତାଙ୍କର କିଛି ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋ ମଧ୍ୟରୁ ଗୋଟିଏରେ ରଣବୀର ସମୁଦ୍ର କୂଳରେ ବସି ସନସାଇନକୁ ଦେଖୁଥିବାର ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ରଣବୀର ଲେଖିଛନ୍ତି, 'ହମେଶା ଚମକ୍ତେ ରହୋ ଦୋସ୍ତୋ' ।
- " class="align-text-top noRightClick twitterSection" data="
">
ଏଥି ସହିତ, ଦ୍ୱିତୀୟ ଫଟୋରେ ରଣବୀର ସୁଇମିଙ୍ଗ କରିବା ପରେ ହାତ ଯୋଡି ସେ ଏକ ଗଭୀର ଚିନ୍ତାରେ ବୁଡି ରହିଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ରଣବୀର ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ବୁମେରଙ୍ଗ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୀପିକା ରଣବୀରଙ୍କ ଗାଲରେ କିସ ଦେଉଥିବାର ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ଦମ୍ପତି ଏବେ କବୀର ଖାନଙ୍କ ଆଗାମୀ କ୍ରୀଡା-ଡ୍ରାମା ଫିଲ୍ମ '83' ରେ ନଜର ଆସିବେ । ଯଦିଓ ଫିଲ୍ମଟି ଏପ୍ରିଲରେ ରିଲିଜ ହେବାର ଥିଲା, ଲକଡାଉନ ପଡ଼ିଥିବାରୁ ବର୍ତ୍ତମାନ ସୁଦ୍ଧା ଏହାର ନୂଆ ରିଲିଜ ବିଷୟରେ କୌଣସି ଖବର ଆସିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ