ETV Bharat / sitara

ଇଟାଲିୟନ ଫ୍ଲାମବୟାନ୍ସ ଡିଜାଇନ ଡ୍ରେସରେ ନଜର ଆସିଲେ ରଣବୀର

author img

By

Published : Jun 30, 2021, 7:34 PM IST

ଅଜବ ଫ୍ୟାସନ ଷ୍ଟାଇଲ ପାଇଁ ପରିଚିତ ବଲିଉଡ ସୁପରଷ୍ଟାର ରଣବୀର ସିଂହ ପୁଣି ଥରେ ଲାଇମଲାଇଟରେ । ଏକ ଇଟାଲିୟନ ଫ୍ଲାମବୟାନ୍ସ ଡିଜାଇନ ଡ୍ରେସରେ ନଜର ଆସିଛନ୍ତି ରଣବୀର । ଅଧିକ ପଢନ୍ତୁ...

ଇଟାଲିୟନ ଫ୍ଲାମବୟାନ୍ସ ଡିଜାଇନ ଡ୍ରେସରେ ନଜର ଆସିଲେ ରଣବୀର
ଇଟାଲିୟନ ଫ୍ଲାମବୟାନ୍ସ ଡିଜାଇନ ଡ୍ରେସରେ ନଜର ଆସିଲେ ରଣବୀର

ମୁମ୍ବାଇ: ଅଜବ ଫ୍ୟାସନ ଷ୍ଟାଇଲ ପାଇଁ ପରିଚିତ ବଲିଉଡ ସୁପରଷ୍ଟାର ରଣବୀର ସିଂହ ପୁଣି ଥରେ ଲାଇମଲାଇଟରେ । ଏକ ଇଟାଲିୟନ ଫ୍ଲାମବୟାନ୍ସ ଡିଜାଇନ ଡ୍ରେସରେ ନଜର ଆସିଛନ୍ତି ରଣବୀର । ଏହି ନୂଆ ଡିଜାଇନର ପୋଷାକ ପିନ୍ଧା ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ରଣବୀର । ଯାହାକୁ ଖୁବପସନ୍ଦ କରୁଛନ୍ତି ତାଙ୍କ ପ୍ରଶଂସକ ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଫଟୋରେ ରଣବୀର ସିଂ ଏକ ଚମକଦାର ଆକାଶିଆ ଟ୍ରାକ ସୁଟ ସହ ଏକ ବଡ଼ ସୁନା ଚେନ ପିନ୍ଧିଥିବା ଦେଖାଯାଉଛି । ଖାଲି ସେତିକି ନୁହେଁ ସେ ଏକ ଓଭରସାଇଜ ଗଗ୍ଲସ ପିନ୍ଧିଛନ୍ତି । ଏହି ଇନଡୋର ଫଟୋସୁଟରେ ଦମଦାର ଲୁକ ଦେଉଛନ୍ତି ରଣବୀର ସିଂହ ।

ରଣବୀର ସିଂହଙ୍କ ପ୍ରଥମ ଫଟୋ ବଙ୍କର ବେଡ ନିକଟରେ ଉଠାଇଛନ୍ତି । ଏହାପରେ ଦ୍ବିତୀୟ ଫଟୋ ସେ ଏକ ଗୁଚି ମନୋଗ୍ରାମ ଟ୍ରେଞ୍ଚ କୋଟରେ ତାଙ୍କୁ ଦେଖିବାକୁ ମିଳିଛି । ଏକ ଭିଣ୍ଟେଜ ମିରର ସାମ୍ନାରେ ଏକ କଳା ଜାକି ବ୍ୟାଗ ସହ ରଣବୀରଙ୍କୁ ପରଫେକ୍ଟ ମାନୁଛି ।

ଗୁଚିର କ୍ରିଏଟିଭ ନିର୍ଦ୍ଦେଶକ ଆଲସାଣ୍ଡ୍ରୋ ମାଇକେଲଙ୍କ ଷ୍ଟାଇଲ ସହ ମେଳ ଖାଉଛି ରଣବୀରଙ୍କ ଏହି ଫ୍ୟାସନ । ରଣବୀରଙ୍କ ଏହି ଷ୍ଟାଇଲକୁ ହଲିଉଡ ଷ୍ଟାର ଜେରଡ ଲେଟୋଙ୍କ ତୁଳନା କରିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.