ହାଇଦ୍ରାବାଦ: ବଲିଉଡରେ ଏବେ କାନ୍ସର ମାହୋଲ ଚାଲିଛି । ଅନେକ ବଲିଉଡ ସେଲିବ୍ରିଟୀ କାନ୍ସରେ ନିଜ ଫ୍ୟାସନ, ଗ୍ଲାମର ସହ ରେଡ କାର୍ପେଟରେ ନଜର ଆସୁଛନ୍ତି । ତେବେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଏଥିରେ ଯୋଗ ଦେଇ ଦୁଇ ଦିନଧରି କାନ୍ସକୁ ଉପଭୋଗ କରଥିଲେ । ତେବେ ରେଡ କାର୍ପେଟରେ ଦୁଇଟି ଲୁକରେ ନଜର ଆସିଥିଲେ ଦୀପିକା ।
ଏଠାରେ ଫ୍ରେଞ୍ଚ ରିଭେରାରେ ରଣବୀର କାହିଁକି ଆସିଲେଣି ବୋଲି ଦୀପିକାଙ୍କୁ ପଚରାଯାଇଥିଲା । ଏହାର ଜବାବରେ ଦୀପିକା ଅତି ରୋମାଞ୍ଚକର ଉତ୍ତର ଦେଇଥିଲେ । ରଣବୀର କାନ୍ସ ଅପେକ୍ଷା ମେଟଗାଲାରେ ବେଶି ଭଲ ଲାଗିବେ ବୋଲି କହିଥିଲେ ଦୀପିକା । ସେ ଏହା ମଧ୍ୟ କହିଥିଲେ କି, ରଣବୀରଙ୍କ ଫ୍ୟାସନ ସେନ୍ସକୁ ଦେଖିଲେ ସେ ମେଟଗାଲା ପାଇଁ ପୁରା ଶତପ୍ରତିଶତ ଠିକ ।
ଏହାସହ ରଣବୀରଙ୍କ ବିଷୟରେ କିଛି କଥାର ଖୁଲାସା ମଧ୍ୟ କରିଥିଲେ ଦୀପିକା । ଏକ ଆୱାର୍ଡ ଶୋ ରେ ରଣବୀର ଘର ପୋଷାକ ପିନ୍ଧି ଯାଇଥିଲେ । ଯେତେବେଳେ ଦୀପିକା ରଣବୀରଙ୍କ ଫ୍ୟାସନ ସେନ୍ସ ବୁଝିପାରିନଥିଲେ ସେତେବେଳେ ରଣବୀରଙ୍କୁ ଯାହା ଇଚ୍ଛା ହେଉଛି ସେୟା ପିନ୍ଧନ୍ତି ବୋଲି କହିଥିଲେ ଦୀପିକା ।
ତେବେ ଫିଲ୍ମ କଥା କହିବାକୁ ଗଲେ ଦୀପିକା ଏବେ ଛପାକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଏସିଡ ମାଡର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନକୁ ନେଇ ଆଧାରିତ ।