ମୁମ୍ବାଇ: ରାନୁ ମଣ୍ଡଳଙ୍କ କାହାଣୀ ଆଜିକାଲି ଇଣ୍ଟରନେଟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସଫଳତା ପାଇବା ପରେ ରାନୁ ଏକଦା କହିଥିଲେ କି ତାଙ୍କ ଜୀବନରେ ଏତେ ସମସ୍ୟା ଥିଲା କି ଯାହା ଉପରେ ଏକ ଫିଲ୍ମ ନିର୍ମାଣ ହୋଇଯିବ । ଏବେ ଏହି ଜୀବନର ଆଉ ଏକ ପୃଷ୍ଠା ଖୋଲାଯାଇଛି । ରାନୁ କହିଛନ୍ତି କି ସେ ବଲିଉଡର ଜଣେ ଫେମସ ଖାନ ପରିବାରଙ୍କ ଘରେ କାମ କରିସାରିଛନ୍ତି ।
ରାନୁଙ୍କ ଷ୍ଟେସନରେ ଗାଇଥିବା ଗୋଟିଏ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଇଣ୍ଟରନେଟ ସେନ୍ସେସନ ସାଜିଛନ୍ତି । ତାଙ୍କୁ ସଙ୍ଗୀତକାର ହିମେଶ ରେଶମିୟା ଗୀତ ଗାଇବା ଅଫର ଦେଇ ତାଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି।
ଇତିମଧ୍ୟରେ ରାନୁ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ଆଉ ଏମିତି କଥାର ଖୁଲାସା କରିଥିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ସେ କହିଥିଲେ କି ବଲିଉଡର ବିଶିଷ୍ଟ ଅଭିନେତା ଫିରୋଜ ଖାନଙ୍କ ଘରେ ସେ କାମ କରିସାରିଛନ୍ତି ।
ତାଙ୍କ ସ୍ବାମୀ ଅଭିନେତାଙ୍କ ଘରେ ରୋଷେୟା ରୂପେ କାମ କରୁଥିଲେ । ସେ ମଧ୍ୟ ସ୍ବାମୀଙ୍କ ସହ ଅନେକ ଥର ତାଙ୍କ ଘରକୁ କାମ କରିବାକୁ ଯାଇଛନ୍ତି । ପରେ ଫିରୋଜଙ୍କ ଘରେ କିଛି ସମସ୍ୟା ହେବାକୁ ସେଠାରୁ ଚାକିରୀ ଛାଡିଦେଇଥିଲେ ତାଙ୍କ ସ୍ବାମୀ । ଯାହା ପରେ ତାଙ୍କ ଆର୍ଥିକ ସମସ୍ୟା ବଢିଯାଇଥିଲା ।