ETV Bharat / sitara

ରାମାୟଣ ବିବାଦ: ୟୁଜର୍ସଙ୍କୁ ସୋନାକ୍ଷୀଙ୍କ କଡା ଜବାବ

author img

By

Published : Apr 18, 2020, 5:20 PM IST

ରାମାୟଣ ଜ୍ଞାନ ଉପରେ ପ୍ରଶ୍ନ କରୁଥିବାର କିଛି ଟ୍ରୋଲର୍ସଙ୍କୁ ପ୍ରଥମଥର ଉତ୍ତର ଦେଇଛନ୍ତି ସୋନାକ୍ଷୀ । ଏଥର କଡା ଜବାବ ସହ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

_ramayan controversy
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଦୂରଦର୍ଶନରେ ଯେବେଠୁ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ପୁନଃ ପ୍ରସାରଣ ହୋଇଛି, ସେହି ସମୟରୁ ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ୟୁଜର୍ସ ଟ୍ରୋଲ କରିବାରେ ଲାଗିଛନ୍ତି। ହେଲେ ପ୍ରଥମଥର ସେ ଟ୍ରୋଲର୍ସ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ଆସିଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ Ask Me A Question ସେଶନ କରିଥିଲେ। ସେ ଫ୍ୟାନ୍ସଙ୍କ ସବୁ ପ୍ରଶ୍ନ ଉତ୍ତର ମଧ୍ୟ ଦେଇଥିଲେ।

ହେଲେ ଏହି ସେଶନରେ କିଛି ୟୁଜର୍ସ ଗତ ବର୍ଷ ଦେଇଥିବା ରାମାୟଣ ଉପରେ ଭୁଲ ଉତ୍ତରକୁ ଆଧାର କରି ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଜଣେ ୟୁଜର ତାଙ୍କୁ ପ୍ରଶ୍ନ କରିଥିଲେ ଯେ ସଞ୍ଜିବନୀ କିଏ ଆଣିଥିଲେ ? କାରଣ ଏହି ପ୍ରଶ୍ନ ପାଇଁ ସୋନାକ୍ଷୀ ଗତ ବର୍ଷରୁ ଟ୍ରୋଲର୍ସଙ୍କ ଶିକାର ହୋଇଆସୁଛନ୍ତି।

ହେଲେ ଏଥର ସେ ଜବାବ ସହ ପ୍ରସ୍ତୁତ ଥିଲେ ୟୁଜର୍ସଙ୍କୁ ପ୍ରତିକ୍ରିୟା ଦେବାକୁ। ଆଉ କହିଥିଲେ, ‘ଯେଉଁମାନେ ତାଙ୍କୁ ଏହି ପ୍ରଶ୍ନ କରୁଛନ୍ତି ଦୟା କରି ସେମାନେ ଦୂରଦର୍ଶନ ଦେଖିନିଅନ୍ତୁ। ତେବେ ଜାଣିପାରିବେ ସଞ୍ଜିବନୀ କିଏ ଆଣିଥିଲା। ଜୟ ବଜରଙ୍ଗ ବାଲୀ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.