ମୁମ୍ବାଇ: ଫେମସ ଆକ୍ଟର ରାଜକୁମାର ରାଓ ସବୁବେଳେ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରନ୍ତି । ସେ ପ୍ରାୟତଃ ଦମଦାର କାହାଣୀ ଜରିଆରେ ଦର୍ଶକଙ୍କ ମନ କିଣନ୍ତି । ଗତ ବର୍ଷ ରିଲିଜ ହୋଇଥିବା ‘ଜଜମେଣ୍ଟାଲ ହେ କ୍ୟା’ ପରେ ରାଜକୁମାର ଏବେ ପ୍ରସ୍ତୁତ ହୋଇସାରିଲେଣି ନିଜ ଆଗାମୀ ଫିଲ୍ମ ପାଇଁ । ସେ ଖୁବଶୀଘ୍ର ଅନୁରାଗ ବାସୁଙ୍କ ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ ‘ଲୁଡୋ’ରେ ନଜର ଆସିବେ । ହେଲେ ଇତିମଧ୍ୟରେ ସେ ବି-ଟାଉନର କ୍ୟୁଟ ଆଲିୟା ଭଟ୍ଟଙ୍କ ଅବତାରରେ ନଜର ଆସୁଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ ।
- View this post on Instagram
Happy new year guys. #LUDO 🙏❤️@anuragbasuofficial @bhushankumar @tseries.official
">
କଥାଟି ହେଲା କି ତାଙ୍କ ଅଭିନୀତ ଫିଲ୍ମ ‘ଲୁଡୋ’ର ଫାଷ୍ଟଲୁକ ପୋଷ୍ଟର ଜାରି ହୋଇଯାଇଛି । ଆଉ ଯେଉଁଥିରେ ଝିଅ ବେଶରେ ନଜର ଆସୁଛନ୍ତି ରାଜକୁମାର । ସବୁଠାରୁ ମଜଦାର କଥା ହେଲା କି ସେ ଏହି ବେଶରେ ଅବିକଳ ଆଲିୟାଙ୍କ ପରି ଦେଖାଯାଉଛନ୍ତି । ତାଙ୍କୁ ପ୍ରଥମଥର ଦର୍ଶକଙ୍କ ଏହିପରି ଅବତାରରେ ଦେଖିବାକୁ ପାଇଛନ୍ତି । ପୋଷ୍ଟର ଦେଖି ଦର୍ଶକଙ୍କୁ ଲାଗିବ କି ଆଲିୟା ଠିଆ ହୋଇଛନ୍ତି । ହେଲେ ସେ ରାଜକୁମାର ବୋଲି ସହଜରେ କେହି ଜାଣିପାରିବେ ନାହିଁ । ଆପଣ ମଧ୍ୟ ଦେଖନ୍ତୁ ତାଙ୍କ ଏହି ଫଟୋ ।
ସେ ଇନଷ୍ଟାଗ୍ରାମରେ ନିଜ ଫାଷ୍ଟଲୁକ ପୋଷ୍ଟର ସେୟାର କରି ନୂଆ ବର୍ଷର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଛନ୍ତି । ଅନୁରାଗଙ୍କ ଏହି ଫିଲ୍ମରେ ରାଜକୁମାର ଝିଅ ଓ ପୁଅ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଫିଲ୍ମରେ ତାଙ୍କ ସହ ଅଭିଷେକ ବଚ୍ଚନ, ସନୟା ମଲହୋତ୍ରା, ଆଦିତ୍ୟ ରାୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଯାହାର ସୁଟିଂ ବର୍ତ୍ତମାନ ଚାଲିଛି ।