ମୁମ୍ବାଇ: ବଲିଉଡ ଷ୍ଟାର୍ସ ଅନେକ ଥର କୌଣସି ନା କୌଣସି କାରଣ ପାଇଁ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହୋଇଥାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା ତାଙ୍କ ପୋଷାକକୁ । ନିକଟରେ ଏମିତି କିଛି ଦେଖିବାକୁ ମିଳିଥିଲା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ମାମଲାରେ । ସେ ଗ୍ରାମୀ ଆୱାର୍ଡ୍ସରେ ଏମିତି ଏକ ଡ୍ରେସ ପିନ୍ଧି ଚର୍ଚ୍ଚାରେ ଆସିଥିଲେ । ଯାହାପରେ ତାଙ୍କର ଖୁବ୍ ଟ୍ରୋଲ କରାଯାଇଥିଲା । ଇତିମଧ୍ୟରେ ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରାଙ୍କ ଝିଅର ଡ୍ରେସ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଏକ ସାକ୍ଷାତକାରରେ ଯୋଗ ଦେଇ ମଧୁ କହିଛନ୍ତି ଯେ, ତାଙ୍କ ଝିଅ ସୁନ୍ଦର ଶରୀରର ମାଲିକିଆଣୀ । ଟ୍ରୋଲ କରୁଥିବା ଲୋକ ଅଜଣା ଲୋକ । ଯିଏ ନିଜ କମ୍ପ୍ୟୁଟର ଏବଂ ଅନ୍ୟ ଜିନିଷରେ ଫସି ସବୁବେଳେ ରହୁଛନ୍ତି । ସେ ବହୁତ ଖୁସି ଅଛନ୍ତି ଯେ ଏମତି ସବୁ ଘଟିଥିବାରୁ । କାରଣ ଏହି ସବୁ କାରଣ ପ୍ରିୟଙ୍କାଙ୍କୁ ଆହୁରି ସାହସୀ କରୁଛି । ସେ ସବୁବେଳେ ନିଜ ସର୍ତ୍ତରେ ବଞ୍ଚନ୍ତି । କାହାରିଙ୍କୁ କୌଣସି କଷ୍ଟ ଦିଅନ୍ତି ନାହିଁ ।
ପ୍ରକାଶ ଥାଉକି ନିକଟରେ ଡିଜାଇନର ଭେଣ୍ଡଲ ରୋଡ୍ରିକ୍ସ ମଧ୍ୟ କମେଣ୍ଟ କରି କହିଥିଲେ ଯେ ସଠିକ୍ ପୋଷାକ ପିନ୍ଧିବାର ମଧ୍ୟ ସଠିକ୍ ବୟସ ହୋଇଥାଏ । ମୋଟା ପେଟ ଥିବା ଲୋକଙ୍କୁ ଟାଇଟ ଟି-ସର୍ଟ ପିନ୍ଧିବା କଥା ନୁହେଁ । ସେହିପରି ନିଦ୍ଧିଷ୍ଟ ବୟସ ପରେ ମହିଳାଙ୍କୁ ମିନି ଡ୍ରେସ ପିନ୍ଧିବା କଥା ନୁହେଁ ।
ସେ ପ୍ରିୟଙ୍କାଙ୍କ ଡ୍ରେସର ନେକ ଲାଇନ ଲମ୍ବାର ମଜାକ ଉଡାଇ ଏହାକୁ ଲସଆଞ୍ଜେଲସ୍ରୁ କ୍ୟୁବା ପର୍ଯ୍ୟନ୍ତ କହିଥିଲେ । ଏହାକୁ ଆଧାର କରି ପ୍ରିୟଙ୍କାଙ୍କ ପ୍ରଶଂସକ ରୋଡ୍ରିକ୍ସଙ୍କୁ ଟ୍ରୋଲ ମଧ୍ୟ କରିଥିଲେ ।