ମୁମ୍ବାଇ: ପାଖାପାଖି ଦୁଇ, ତିନି ବର୍ଷ ପରେ ବଲିଉଡକୁ ଦେଶୀ ଗାର୍ଲ କମବ୍ୟାକ କରିଛନ୍ତି । ଆଜି(ଶୁକ୍ରବାର) ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ରିଲିଜ ହୋଇଯାଇଛି । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ନିର୍ଦ୍ଦେଶକ, ଅଭିନେତା, ଗାୟକ ଫରହାନ ଅଖତର । ଏହି ସପ୍ତାହରେ ‘ଦ ସ୍କାଇ ଇଜ ପିଙ୍କ’ ସହ ଆଉ ଅନ୍ୟ କୌଣସି ଫିଲ୍ମ ରିଲିଜ ହୋଇନାହିଁ । ଯାହା ଫିଲ୍ମକୁ ଭଲ ଫାଇଦା ଦେବାରେ ସାହାଯ୍ୟ କରିବ । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
ଦର୍ଶକ ଏହି ଫିଲ୍ମ ଦେଖିବାକୁ ଏଥି ନିମନ୍ତେ ବ୍ୟାକୁଳ ଥିଲେ କି ଏହା ପ୍ରିୟଙ୍କାଙ୍କ କମବ୍ୟାକ ଫିଲ୍ମ । ଏହାସହ ଦଙ୍ଗଲ ଗାର୍ଲ ଜାୟରା ୱାସୀମଙ୍କ ଏହା ଶେଷ ଫିଲ୍ମ ମଧ୍ୟ । ଯାହାକୁ ଆଧାର କରି ଫିଲ୍ମର ଭଲ କଲେକ୍ସନ ଶାନଦାର ହେବ ବୋଲି ଆଶା କରୁଛନ୍ତି ମେକର୍ସ । ଓପନିଂ ଡେରେ ଫିଲ୍ମଟି 3ରୁ 4.50 କୋଟି ପର୍ଯ୍ୟନ୍ତ ଆୟ କରିବ ବୋଲି ଅନୁମାନ ଲଗାଇଛନ୍ତି ଫିଲ୍ମ କ୍ରିଟିକ୍ସ ।
ପ୍ରକାଶ ଥାଉକି ‘ଦ ସ୍କାଇ ଇଜ ପିଙ୍କ’ର ପ୍ରଯୋଜନା ସିଦ୍ଧାର୍ଥ ରାୟ କପୁର ଓ ରୋନି ସ୍କ୍ରୁୱାଲା ମିଶି କରିଛନ୍ତି । ଫିଲ୍ମର କାହାଣୀ 14 ବର୍ଷିୟ ମୋଟିଭେଶନାଲ ସ୍ପୀକର ଆୟଶା ଚୌଧୁରୀ ଉପରେ ଆଧାରିତ । ଯାହାଙ୍କୁ ପଲ୍ମୋନରି ଫାଇବ୍ରୋସିସି ରୋଗରେ ଆକ୍ରାନ୍ତ ଥିବେ ।