ETV Bharat / sitara

ବିହାର ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କଲେ ପ୍ରିୟଙ୍କା-ନିକ

author img

By

Published : Jul 29, 2020, 4:31 PM IST

ଆସାମ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପରେ ବର୍ତ୍ତମାନ ବିହାର ବନ୍ୟା ପ୍ରଭାବିତ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ପ୍ରିୟଙ୍କା ଓ ନିକ । ଅଧିକ ପଢନ୍ତୁ...

priyanka chopra and nick jonas donate to bihar flood relief
ବିହାର ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା କଲେ ପ୍ରିୟଙ୍କା-ନିକ ଜୋନସ

ଲସ୍ ଆଞ୍ଜେଲସ୍: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନସଙ୍କୁ ନେଇ ନୂଆ ଚର୍ଚ୍ଚା । ଦୁଇଜଣ ମହାନ କାର୍ଯ୍ୟ କରି ପୁଣିଥରେ ସମସ୍ତଙ୍କ ମନ କିଣିଛନ୍ତି ।

ଏହି ଯୋଡି ଆସାମ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପରେ ବର୍ତ୍ତମାନ ବିହାର ବନ୍ୟା ପ୍ରଭାବିତ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଏହାବ୍ୟତୀତ ସେ ନିଜ ଫ୍ୟାନ୍ସଙ୍କୁ ମଧ୍ୟ ବିହାରବାସୀଙ୍କ ସାହାଯ୍ୟ ପାଇଁ ଅପିଲ କରିଛନ୍ତି । ସେ ସୋସିଆଲ ମିଡିଆରେ ଦୁଇ ଏମିତି ସଂଗଠନର ନାମ ସେୟାର କରିଛନ୍ତି, ଯେଉଁଠାକୁ କେହି ମଧ୍ୟ ନିଜ ଇଚ୍ଛା ଅନୁଯାୟୀ ଦାନ କରିପାରିବେ ।

ପ୍ରିୟଙ୍କା ଟ୍ୱିଟରରେ ଲେଖିଛନ୍ତି, ମୌସମୀର ପ୍ରବଳ ବର୍ଷା ପାଇଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାର ରାଜ୍ୟ ଯେଉଁଠାରେ ମୁଁ ଜନ୍ମ ହୋଇଥିଲି ସେଠାରେ ଲଗାତାର ବର୍ଷା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି । ଜନଜୀବନ ସହ ଧନ, ସମ୍ପତ୍ତି ସବୁ ନଷ୍ଟ ହୋଇଯାଇଛି । ଏମାନଙ୍କୁ ସହଯୋଗର ହାତ ବଢାଉନ୍ତୁ ।

ପ୍ରକାଶ ଥାଉ କି, ପ୍ରିୟଙ୍କା କିଛି ସଂଗଠନ ନାମ ସେୟାର କରିଛନ୍ତି, ଯେଉଁଠାକୁ କେହି ମଧ୍ୟ ନିଜ ଇଚ୍ଛା ଅନୁଯାୟୀ ଦାନ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.