ETV Bharat / sitara

ଲିକ ହେଲା ‘ସାହୋ’, ନିରାଶ ମେକର୍ସ

ଏବେ ସିନେମାହଲରେ ନୁହେଁ ଅନଲାଇନରେ ମଧ୍ୟ ଦେଖିବାକୁ ମିଳୁଛି ସାହୋ । ଆଜି ରିଲିଜ ହୋଇଥିବା ଏହି ଫିଲ୍ମର ଲିଙ୍କ ତାମିଲର କର୍ସ ସାଇଟରେ ସେୟାର କରାଯାଇଛି ।

author img

By

Published : Aug 30, 2019, 9:34 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ପରିଶେଷରେ ଆଜି ରିଲିଜ ହୋଇଯାଇଛି ‘ବାହୁବଳୀ’ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ । ଏହି ଆକ୍ସନ ଥ୍ରିଲର ଫିଲ୍ମକୁ ଦେଖିବାକୁ ଶୁକ୍ରବାର ସକାଳ ସିନେମାହଲରେ ଦର୍ଶକଙ୍କ ଭିଡ ଖୁବ୍ ଲାଗିଥିଲା । ପୂର୍ବରୁ ଫିଲ୍ମର ଟିକେଟ ଅନଲାଇକ ବୁକ କରି ଦର୍ଶକଙ୍କ ଫିଲ୍ମର ମଜା ନେଇପାରିଛନ୍ତି । ‘ସାହୋ’ ଏବେ ସୁପରଡୁପର ହିଟ୍ ହୋଇସାରିଲାଣି । ଓପନିଂ ଡେରେ ଶାନଦାର କଲେକ୍ସନ ମଧ୍ୟ କରିଛି ଏହି ଫିଲ୍ମ ।

ଇତିମଧ୍ୟରେ ଫିଲ୍ମ ମେକର୍ସଙ୍କ ପାଇଁ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଏବେ ଇଣ୍ଟରନେଟରେ ଫିଲ୍ମ ଲିକ୍ ହୋଇଯାଇଛି । ଯାହା ଫିଲ୍ମ କଲେକ୍ସନ ଉପରରେ ପ୍ରଭାବ ପକାଇବ ବୋଲି ଅନୁମାନ କରୁଛନ୍ତି ଫିଲ୍ମ କ୍ରିଟିକ୍ସ । ଫିଲ୍ମ ରିଲିଜର କିଛି ଘଣ୍ଟା ମଧ୍ୟରେ ଅନଲାଇନ ଡାଉନଲୋଡ କରିବାକୁ ମିଳିଥିଲା ଏବଂ ଫିଲ୍ମର ଲିଙ୍କ ତାମିଲରକର୍ସ ସାଇଟରେ ସେୟାର କରାଯାଇଛି ବୋଲି ସୂଚନା ଦେଇଛି ବଲିଉଡଲାଇଫ.କମ ।

ଏହା ପ୍ରଥମଥର ନୁହେଁ ଯେବେ କୌଣସି ଫିଲ୍ମ ରିଲିଜ ହେବା ମାତ୍ରେ ଅନଲାଇନ ଲିକ ହୋଇଛି । ସାହୋ ପୂର୍ବରୁ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’, ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ‘2.0’, ‘ସରକାର’ ଏବଂ ‘ଗଲି ବୟ’ ଭଳି ଫିଲ୍ମ ମଧ୍ୟ ଅନଲାଇନ ଲିକ ହୋଇସାରିଛି ।

ପ୍ରକାଶ ଥାଉକି ‘ସାହୋ’ ଫିଲ୍ମ ଜରିଆରେ ପ୍ରଭାସ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଶ୍ରଦ୍ଧା ସାଉଥରେ ଡେବ୍ୟୁ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.