ETV Bharat / sitara

ବିବାହ କରିବେ ନେହା, ୱିଶ କଲେ ଏକ୍ସବୟଫ୍ରେଣ୍ଡ

author img

By

Published : Oct 6, 2020, 12:06 PM IST

ପରିଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ନେହା । ବେଷ୍ଟଫ୍ରେଣ୍ଡଙ୍କୁ କରିବେ ଜୀବନ ସାଥୀ । ଯାହାକୁ ନେଇ ଖୁସି ଅଛନ୍ତି ଏକ୍ସବୟଫ୍ରେଣ୍ଡ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ସିଙ୍ଗର ନେହା କକ୍କରଙ୍କ ବିବାହ ଚର୍ଚ୍ଚା କିଛି ଦିନ ହେବ ଜୋରୋସୋରରେ ଚାଲିଛି । ଶୁଣିବାକୁ ମିଳୁଛି ଯେ ସେ ଏମାସ ଶେଷ ସୁଧା ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଅନେକ ଖବର ଦେଖିବାକୁ ମିଳିସାରିଲାଣି । ସେ ନିଜ ବନ୍ଧୁ ରୋହନପ୍ରୀତ ସିଂଙ୍କ ସହ ବିବାହ କରିବେ ବୋଲି ସମସ୍ତେ କହୁଛନ୍ତି । ହେଲେ ଏଯାବତ ଦୁଇଜଣଙ୍କ ତରଫରୁ କୌଣସି ଅଧିକାରୀକ ସୂଚନା ସାମ୍ନାକୁ ଆସିନାହିଁ ।

ରୋହନ ଓ ନେହାଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ବର୍ତ୍ତମାନ ଏହି ଖବରରେ ନେହାଙ୍କ ପୂର୍ବତନ ପ୍ରେମିକା ହିମାଂଶ କୋହଲି ମଧ୍ୟ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ଆଉ ତାଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି ଯେ ସେ ନେହାଙ୍କ ବିବାହ ଖବରକୁ ନେଇ ଖୁସି ଅଛନ୍ତି ।

ପ୍ରକାଶ ଥାଉକି ହିମାଂଶ ଓ ନେହାଙ୍କ ବ୍ରେକଅପ୍ ଅନେକ ହେଡଲାଇନ ସୃଷ୍ଟି କରିଥିଲା। ଦୁଇଜଣଙ୍କ ବ୍ରେକଅପ୍‌କୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଫ୍ୟାନ୍ସ । ସେ ଯାହା ବି ହୋଇ ନାଁ କାହିଁକି ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇସାରିଲେଣି ନେହା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.