ETV Bharat / sitara

‘ନଚ ବଲିଏ ସିଜନ 10’ରେ ସାମିଲ ହେବେ କି ଆଦିତ୍ୟ-ଶ୍ବେତା ?

author img

By

Published : Feb 20, 2021, 2:14 PM IST

ବଲିଉଡର ନୂଆ କପଲ ଆଦିତ୍ୟା ଓ ଶ୍ବେତାଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଏଥର ଡ୍ୟାନ୍ସ କରୁଥିବାର ନଜର ଆସିବେ ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ

ମୁମ୍ବାଇ: ସେଲିବ୍ରିଟି ଡ୍ୟାନ୍ସ ରିୟାଲିଟି ଶୋ ‘ନଚ ବଲିଏ’ ପୁଣିଥରେ ଟିଭିରେ ଦେଖିବାକୁ ମିଳିବ । ‘ନଚ ବଲିଏ ସିଜନ 10’ ଆସନ୍ତା ଜୁନ ମାସରେ ପ୍ରସାରଣ ହେବାକୁ ଯାଉଛି । ଯାହାର ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଯାଇଛି । ସେପଟେ ସେଲିବ୍ରିଟି କପଲଙ୍କୁ ଶୋରେ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି ମେକର୍ସ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଗତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଯୋଡି ଆଦିତ୍ୟ ନାରାୟଣ ଓ ଶ୍ବେତା ଅଗ୍ରୱାଲଙ୍କୁ ଶୋରେ ସାମିଲ କରିବାକୁ ଚାହୁଁଛନ୍ତି ମେକର୍ସ ।

ଯାହାପାଇଁ ଦୁହେଁଙ୍କୁ କଲ୍ ମଧ୍ୟ ଯାଇଛି । ହେଲେ ଏଯାବତ ଏହି ଯୋଡି ଶୋରେ ସାମିଲ ହେବ କି ନାହିଁ ତାନେଇ କୌଣସି ସୂଚନା ଦେଇନାହାଁନ୍ତି । ‘ନଚ ବଲିଏ 10’ ଗତ ବର୍ଷ ଅଗଷ୍ଟରେ ପ୍ରସାରଣ ହୋଇଥାଆନ୍ତା । ହେଲେ କୋରୋନା ପ୍ରକୋପ ପାଇଁ ଶୋର ସୁଟିଂ ସ୍ଥଗିତ ରଖିଥିଲେ ମେକର୍ସ ।

ଏହାର ପୂର୍ବ ସିଜନର ପ୍ରଯୋଜନା ସୁପରଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ଦ୍ବାରା କରାଯାଇଥିଲା । ଯେଉଁଥିରେ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ୱିନର ସାଜିଥିଲେ । ଏବେ ଦେଖିବା ବାକି ରହିଲା ସିଜନ 10ର ଟାଇଟେଲ କେଉଁ ଯୋଡିଙ୍କ ଭାଗ୍ୟରେ ଲାଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.