ETV Bharat / sitara

ଆଇସିୟୁରେ ଫିଲ୍ମ କ୍ରିଟିକ ରାଜୀବ, ସୁସ୍ଥ କାମନା କଲେ ସେଲିବ୍ରିଟି

ବିଗିଡିବାରେ ଲାଗିଛି ରାଜୀବଙ୍କ ସ୍ବାସ୍ଥ୍ୟାବସ୍ଥା । ତାଙ୍କ ସୁସ୍ଥ କାମନା କରୁଛନ୍ତି ସେଲିବ୍ରିଟି । ସୋସିଆଲ ମିଡିଆରେ ସମସ୍ତେ କଲେ ପ୍ରାର୍ଥନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : May 4, 2021, 10:05 AM IST

ମୁମ୍ବାଇ: ଥମିବାର ନାଁ ନେଉନାହିଁ କୋରୋନା ମହାମାରୀ । ସଂକ୍ରମିତ ହେବାରେ ଲାଗିଛନ୍ତି ଜନସାଧାରଣରୁ ନେଇ ସେଲିବ୍ରିଟି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଫେମସ ଫିଲ୍ମ କ୍ରିଟିକ ରାଜୀବ ମସାନ୍ଦ । କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ଅନ୍ଧେରୀ ସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଏବେ ଶୁଣିବାକୁ ମିଳୁଛି ତାଙ୍କୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ସେପଟେ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ସେଲିବ୍ରିଟି । ଦିୟା ମିର୍ଜାଙ୍କ ଠୁ ନେଇ ବିପାଶା ବାସୁ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ବିପାଶା ଏକ ଟ୍ବିଟ କରି ଲେଖିଛନ୍ତି, ‘ରାଜୀବଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ପ୍ରାର୍ଥନା କରୁଛି । ଦୁର୍ଗା ଦୁର୍ଗା ।’ ସେପଟେ ଅଭିନେତା ସଞ୍ଜୟ ସୁରୀ ଲେଖିଛନ୍ତି, ‘ରାଜୀବ ମସାନାଙ୍କ ପାଇଁ ପ୍ରାର୍ଥନା ଏବଂ ସକରାତ୍ମକ ଶକ୍ତି ।’

  • Praying with all my heart for @RajeevMasand’s speedy recovery...

    — Nimrat Kaur (@NimratOfficial) May 3, 2021 " class="align-text-top noRightClick twitterSection" data=" ">

ସେହିପରି ଦିୟା ମିର୍ଜା ଟ୍ବିଟ କରି କହିଛନ୍ତି, ‘ପ୍ରିୟ ରାଜୀବ ତୁମ ପାଇଁ ମୁଁ ପ୍ରାର୍ଥନା କରୁଛି । ଶୀଘ୍ର ସୁସ୍ଥ ହୋଇଯାଅ ।’ ଅଭିନେତା ପୁଲକିତ ସମ୍ରାଟ ମଧ୍ୟ ପୋଷ୍ଟରେ ଲେଖିଛନ୍ତି, ‘ତୁମ ପାଇଁ ପ୍ରାର୍ଥନା ।’

  • Dearest @RajeevMasand
    Praying hard. Get better soon and see this message and know that you are so loved ❤️🤗

    — Dia Mirza (@deespeak) May 3, 2021 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ନିକଟରେ ସାମ୍ବାଦିକତା ଠାରୁ ନିଜକୁ ଅଲଗା କରି ସେ ପ୍ରଖ୍ୟାତ ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ବଣ୍ଟି ସାଜଦେହଙ୍କ ନୂତନ ପ୍ରତିଭା ପରିଚାଳନା କମ୍ପାନୀ ‘ଧର୍ମ କର୍ଣ୍ଣଷ୍ଟୋନ୍ ଏଜେନ୍ସି’ (ଡିସିଏ) ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.