ETV Bharat / sitara

ବଲିଉଡରେ 37 ବର୍ଷ ପୂରଣ କଲେ ଅନୁପମ, 28 ବର୍ଷରେ ସାଜିଥିଲେ ବୃଦ୍ଧ ପିତା - ବଲିଉଡରେ ଅନୁପମଙ୍କ 37 ବର୍ଷ

ଭିଡିଓ ସେୟାର କରି ନିଜ ଡେବ୍ୟୁ ଫିଲ୍ମ ‘ସାରାଂଶ’ ବିଷୟରେ କହିଲେ ଅନୁପମ । ଏହି ଫିଲ୍ମରେ ଅଭିନୟ କରି ସେ ସମସ୍ତଙ୍କ ମନ କିଣିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
author img

By

Published : May 25, 2021, 12:52 PM IST

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ଆଜି ବଲିଉଡରେ 37 ବର୍ଷର ଯାତ୍ରା ପୂରଣ କରିଛନ୍ତି । ଏହି ବିଶେଷ ଅବସରରେ ଅଭିନେତା ସୋସିଆଲ ମିଡିଆ ଜରିଆରେ ତାଙ୍କର ଡେବ୍ୟୁ ଫିଲ୍ମ 'ସାରାଂଶ' ବିଷୟରେ ଆଲୋଚନା କରି ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଯେଉଁଥିରେ ସେ ମାତ୍ର 28 ବର୍ଷ ବୟସରେ ଜଣେ ବୃଦ୍ଧ ପିତା ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଏହି ଫିଲ୍ମକୁ ସମାନ୍ତରାଳ ସିନେମାରେ ଏକ ଉଦାହରଣ ଭାବରେ ବିବେଚନା କରାଯାଏ ।

ସେହିପରି ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ଆଜି ବି ଯେତେବେଳେ ମୁଁ ମୋର ପ୍ରଥମ ଫିଲ୍ମ ଆରମ୍ଭରେ ମୋର ନାମ ଦେଖେ, ସେତେବେଳେ ମୁଁ ଭାବବିହ୍ବଳ ହୋଇପଡେ। ମୁଁ ବିଶ୍ବାସ କରିପାରୁ ନାହିଁ ଯେ ମେ 25ରେ ମୁଁ ସିନେମା ଜଗତରେ 37 ବର୍ଷ ପୂରଣ କରିବି । ଭଗବାନ ମୋ ପ୍ରତି ସର୍ବଦା ଦୟାଳୁ ରହିଆସୁଛନ୍ତି। ଆସନ୍ତାକାଲି ମୋ ସିନେମାର 37ତମ ଜନ୍ମଦିନ ।’

ପ୍ରକାଶ ଥାଉକି ରାଜଶ୍ରୀ ବ୍ୟାନରରେ ନିର୍ମାଣ ହୋଇଥିବା ‘ସାରାଂଶ’ରେ ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟ । ଯେଉଁଥିରେ ମାତ୍ର 28 ବର୍ଷ 65 ବର୍ଷିୟ ବୃଦ୍ଧ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ ଅନୁପମ । ସେହିପରି ଏହି ଫିଲ୍ମ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.