ETV Bharat / sitara

ବଡାପାଓର ମଜା ନେଉଛନ୍ତି ବାଜିଗର ଫେମ୍

ୱାର୍କଆଉଟ ସହ ଶିଳ୍ପାଙ୍କ ଖାଇବା ପୋଷ୍ଟ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳେ । ସଣ୍ଡେ ବିନଜେରେ ସେ ଟେଷ୍ଟ କରନ୍ତି ଅନେକ ସ୍ବାଦିଷ୍ଟ ଖାଦ୍ୟ ।

author img

By

Published : Nov 9, 2020, 9:34 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ଯୁରୋ

ମୁମ୍ବାଇ: ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରହୁଥିବା ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫ୍ୟାନ୍ସଙ୍କୁ ଫିଟ୍ ରହିବା ପାଇଁ ମୋଟିଭେଟ କରିଥାନ୍ତି । କେବେ ନିଜର ଯୋଗ ଭିଡିଓ ତ କେବେ ୱାର୍କଆଉଟ ଭିଡିଓ ପୋଷ୍ଟ କରି ଫିଟ୍ ଇଣ୍ଡିଆରେ ସାମିଲ ହେବାକୁ କହୁଥିବାର ନଜର ଆସନ୍ତି । ହେଲେ ରିଲ ଲାଇଫ ଠୁ ନେଇ ରିୟଲ ଲାଇଫରେ ସ୍ଲିମ୍ ଟ୍ରିମ ରହୁଥିବା ଶିଳ୍ପା ସ୍ବାଦିଷ୍ଟ ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ପୋଷ୍ଟ ସେୟାର କରି ଏହାର ସୂଚନା ମଧ୍ୟ ସେ ଦିଅନ୍ତି ।

ଏବେ ଏମିତି ତାଙ୍କ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି । ରବିବାର ସେୟାର କରିଥିବା ପୋଷ୍ଟରେ ସେ କାରରେ ବସି ବଡା ପାଓ ଏନଜୟ କରୁଥିବାର ନଜର ଆସୁଛନ୍ତି । ଆଉ କହୁଛନ୍ତି, ‘ଆଜି ରବିବାର ମୁଁ ବଡା ପାଓ ଖାଇବା ପାଇଁ ନିଜକୁ ରୋକିପାରୁନାହିଁ । ଆଉ ଏହା ସହ କ୍ରିସ୍ପି ସ୍ପିନାଚ୍ ପକୁଡି ।’

ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଯାଉଥିବା ସମୟରେ ଦେଖିଲି ବଡା ପାଓ । ମନ କହିଲା ଆଜି ରବିବାର ତେବେ ଖାଅ ଖାଅ ଖାଅ ।’ ତାଙ୍କ ଏହି ଭିଡିଓରେ ବର୍ତ୍ତମାନ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.