ETV Bharat / sitara

ବିକ୍କୀଙ୍କ ନୂଆ ହିରୋଇନ ସାରା

author img

By

Published : Mar 26, 2021, 10:50 AM IST

ବିକ୍କୀଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି ସାରା । ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’କୁ ନେଇ ଆସିଲା ନୂଆ ଖବର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗତ ବର୍ଷରୁ ଉରି ଫେମ ବିକ୍କୀ କୌଶଲଙ୍କ ଆଗାମୀ ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’କୁ ନେଇ ଚର୍ଚ୍ଚା । ପୌରାଣିକ କାହାଣୀକୁ ନେଇ ଆଧାରିତ ହେବ ଏହି ଫିଲ୍ମ । ଯାହା ପାଇଁ ବିକ୍କୀ କଡା ପରିଶ୍ରମ କରୁଥିବାର ନଜର ଆସୁଛନ୍ତି । ସେ ଫିଲ୍ମ ପାଇଁ ମାର୍ଶଲ ଆର୍ଟର ଟ୍ରେନିଂ ନେଉଛନ୍ତି । ଇତିମଧ୍ୟରେ ତାଙ୍କୁ ମିଳିଯାଇଛି ନୂଆ ଅଭିନେତ୍ରୀ । ଏଥର ତାଙ୍କ ଯୋଡି ଜମିବ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ । କାରଣ ତାଙ୍କ ଫିଲ୍ମ ‘ଦ ଇର୍ମୋଟାଲ ଅଶ୍ବଥାମା’ରେ ସାମିଲ ହୋଇଛନ୍ତି ସାରା ।

ଯଦି ଏହି ଖବର ସତ ସାବ୍ୟସ୍ତ ହେଉଛି ତେବେ ସାରା ପ୍ରଥମଥର ଐତିହାସିକ ଡ୍ରାମା ଫିଲ୍ମରେ ନଜର ଆସିବେ । ବିକ୍କୀଙ୍କ ଏହି ଫିଲ୍ମରେ ସୁପରହିରୋ କାହାଣୀ ପର୍ଯ୍ୟବେଶିତ କରିବେ ମେକର୍ସ । ମହାଭାରତ କାହାଣୀରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଥିଲେ ଅଶ୍ବଥାମା । ଯିଏ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କର ଅନ୍ତିମ ସେନାଧ୍ୟକ୍ଷ ଥିଲେ। ଉପନ୍ୟାସ ଅନୁଯାୟୀ, ସେ ଭଗବାନ କୃଷ୍ଣଙ୍କ ଦ୍ବାରା ଚିରଞ୍ଜୀବୀ ହେବା ପାଇଁ ଅଭିଶାପିତ ହୋଇଥିଲେ।

ଏପରି କାହାଣୀ ପରଦାରେ ପ୍ରଥମଥର ଦେଖିବାକୁ ମିଳିବ । ଅଶ୍ବଥାମା ଭୂମିକାରେ ବିକ୍କୀ ଅଭିନୟ କରୁବାକୁ ଯାଉଥିବା ବେଳେ ଏଯାବତ ସାରାଙ୍କ ଭୂମିକାକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

ପ୍ରକାଶ ଥାଉକି ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.