ETV Bharat / sitara

ବ୍ରିଟିଶ ଫ୍ୟାଶନ କାଉନସିଲର ଆମ୍ବାସାଡର ହେଲେ ଦେଶୀ ଗାର୍ଲ

author img

By

Published : Nov 17, 2020, 3:27 PM IST

ପ୍ରିୟଙ୍କାଙ୍କୁ ମିଳିଲା ଆଉ ଏକ ପଦବୀ । ଏଥର ସେ ବ୍ରିଟିଶ ଫ୍ୟାଶନ କାଉନସିଲର ଆମ୍ବାସାଡର ଭାବରେ ସମ୍ମାନିତ ହୋଇଛନ୍ତି । ସୋସିଆଲ ମିଡିଆରେ ଜଣାଇଲେ ଖୁସି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଜୋନସ ସୋମବାର ପ୍ରଶଂସକଙ୍କ ସହ ସକାରାତ୍ମକ ପରିବର୍ତ୍ତନ ପାଇଁ ବ୍ରିଟିଶ ଫ୍ୟାଶନ କାଉନସିଲର ଆମ୍ବାସାଡର ଭାବରେ ସମ୍ମାନିତ ହେବାର ଖୁସି ସେୟାର କରିଛନ୍ତି । ‘ଦ ବୟୱାଚ’ ଷ୍ଟାର ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜର ଏହି ଯାତ୍ରା ବିଷୟରେ ଜଣାଇଛନ୍ତି ।

  • I am honored to be the British Fashion Council’s Ambassador for Positive Change while I’m living and working in London over the next year.
    We’ll have some really exciting initiatives to share soon, and I look forward to bringing you on this journey with me.@BFC #CarolineRush pic.twitter.com/NAv15vuuoi

    — PRIYANKA (@priyankachopra) November 16, 2020 " class="align-text-top noRightClick twitterSection" data=" ">

ଟ୍ବିଟରେ ଏହି ସମ୍ମାନର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ କିଛି ବର୍ଷରୁ ଲଣ୍ଡନରେ ରହି କାର୍ଯ୍ୟ କରୁଥିବାରୁ ଏବଂ ଆଗାମୀ ବର୍ଷରେ କରିବାକୁ ଯାଉଥିବାରୁ ମତେ ସକରାତ୍ମକ ପରିବର୍ତ୍ତନ ପାଇଁ ବ୍ରିଟିଶ ଫ୍ୟାଶନ କାଉନସିଲର ରାଷ୍ଟ୍ରଦୂତ ରୂପେ ଚୟନ କରାଯାଇଛି । ଯାହାକୁ ନେଇ ମୁଁ ଗର୍ବିତ । ଶୀଘ୍ର ଅଂଶୀଦାର କରିବାକୁ ଆମର କିଛି ପ୍ରକୃତ ରୋମାଞ୍ଚକର ପଦକ୍ଷେପ ରହିବ, ଏବଂ ମୁଁ ତୁମ ସହିତ ଏହି ଯାତ୍ରାକୁ ସେୟାର କରିବାକୁ ଅପେକ୍ଷା କରିଛି । ବିଏଫସି#କାରୋଲିନରଶ । ’

ଫ୍ୟାଶନ ସର୍ବଦା ପପ୍ ସଂସ୍କୃତିର ଅଂଶ ହୋଇଆସିଛି ଏବଂ ସଂସ୍କୃତିକୁ ଯୋଡିବା ସହ ଲୋକଙ୍କୁ ଏକାଠି କରିବାର କ୍ଷମତା ସହିତ ଏକ ଶକ୍ତିଶାଳୀ ଶକ୍ତି ହୋଇପାରିବ ବୋଲି ପୋଷ୍ଟରେ ଜଣାଇଛନ୍ତି ପିସି । ପ୍ରକାଶ ଥାଉକି ନିକଟରେ ପ୍ରିୟଙ୍କା ନିଜ ଆଗାମୀ ହଲିଉଡ ଫିଲ୍ମ ବିଷୟରେ ଘୋଷଣା କରିଥିଲେ । ସେ ଖୁବଶୀଘ୍ର ଜର୍ମାନ ଫିଲ୍ମ 'ଟେକ୍ସଟ ଫର ୟୁ' ର ହଲିଉଡ ରିମେକରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.