ମୁମ୍ବାଇ: ଗୁରୁବାର ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଚକତି କରିଦେଇଛନ୍ତି । ଯେଉଁଥିରେ ସେ ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ରୋମାନ୍ସ କରିବା ସମୟରେ ମସ୍ତି କରିବାକୁ ଆରମ୍ଭ କରିଦେଉଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ଭାଇରାଲ ହେଉଥିବା ଭିଡିଓରେ ମଜାଦାର ଅନ୍ଦାଜରେ ଦୀପିକା ପ୍ରଥମେ ରଣବୀରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି, ଆଉ ହଠାତ୍ ଏହି ଯୋଡି Ring-a-Ring-a-Roses ଖେଳୁଥିବାର ଦେଖାଯାଉଛନ୍ତି । ସେହିପରି ସେ କ୍ୟାପସନରେ ସେ ଲେଖିଛନ୍ତି, ‘ଏହା ବଦଳରେ ଆମେ Ring-a-Ring-a-Roses କରିବା ଉଚିତ୍ କି । ରଣବୀର ସିଂ ?’
ସେପଟେ ରଣବୀର ମଧ୍ୟ ଦୀପିକାଙ୍କ ସହ ଏକ ବୋମେରାଙ୍ଗ ଭିଡିଓ ସେୟାର କରିଛନ୍ତି । ଯଦି ଦୁଇଜଣଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’ରେ ନଜର ଆସିବେ ଏହି ଯୋଡି । ବିବାହ ପରେ ଦୁଇଜଣଙ୍କ ଏହା ପ୍ରଥମ ଫିଲ୍ମ । ଏପ୍ରିଲରେ ରିଲିଜ ହେବ ‘83’ ।