ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ବର୍ତ୍ତମାନ ଫିଲ୍ମଠୁ ଦୂରେଇ ଅଛନ୍ତି । ହେଲେ ସେ ପ୍ରଯୋଜକ ଭାବେ ଫିଲ୍ମ ନିର୍ମାଣ କରିବାରେ ସକ୍ରିୟ ଅଛନ୍ତି । ଇତିମଧ୍ୟରେ କ୍ୟୁଟ ଆଲିୟା ଭଟ୍ଟ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଶାହରୁଖ ଓ ଆଲିଆ ପୁଣି ଏକାଠି କାମ କରୁଥିବାର ନଜର ଆସିବେ । ଏହି ଯୋଡି ଫିଲ୍ମ ‘ଡିଏର ଜିନ୍ଦେଙ୍ଗୀ’ରେ କାମ କରିଥିଲେ । ଫିଲ୍ମରେ ଦୁଇଜଣଙ୍କ ଅଭିନୟର ଖୁବ୍ ପ୍ରଶଂସା କରାଯାଇଥିଲା ।
ଏବେ ଚର୍ଚ୍ଚା ଜୋର ଧରିଛି ଯେ ଶାହରୁଖଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଖୁବଶୀଘ୍ର ଏକ କମେଡି ଡ୍ରାମା ଫିଲ୍ମ ନିର୍ମାଣ କରିବ । ଯାହାପାଇଁ ଆଲିୟାଙ୍କୁ ଆପ୍ରୋଚ କରାଯାଇଛି । ସେପରି ଆଲିୟାଙ୍କୁ ସ୍କ୍ରିପ୍ଟ ପସନ୍ଦ ମଧ୍ୟ ଆସିଛି । ସେ ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ ଅଛନ୍ତି । ଆଉ ଶେଷ ସ୍କ୍ରିପ୍ଟ ଶୁଣିବାକୁ ଅପେକ୍ଷା କରିଛନ୍ତି ।
ପ୍ରକାଶ ଥାଉକି ଶାହରୁଖ 2018ରେ ଆସିଥିବା ଫ୍ଲପ ଫିଲ୍ମ ‘ଜିରୋ’ରେ ଶେଷଥର ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ସହ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ ରୋମାନ୍ସ କରୁଥିବାର ଦେଖାଯାଇଥିଲେ । ଏହି ତିନି ଷ୍ଟାର ପୂର୍ବରୁ ମଧ୍ୟ ‘ଜବ ତକ ହେ ଜାନ୍’ରେ ଏକାଠି କାମ କରିଥିଲେ ।