ETV Bharat / sitara

ରୋମାଣ୍ଟିକ ଅନ୍ଦାଜରେ ପଦ୍ମାବତୀଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଲେ ଖିଲଜି

ଭାଇରାଲ ହେଲା ବଲିଉଡର ଲୋକପ୍ରିୟ ଯୋଡି ଦୀପିକା ଓ ରଣବୀରଙ୍କ ନୂଆ ଫଟୋ । ଶନିବାର ସେଲିବ୍ରେଟ କରୁଛନ୍ତି ଦ୍ବିତୀୟ ବିବାହ ବାର୍ଷିକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
author img

By

Published : Nov 14, 2020, 3:14 PM IST

ମୁମ୍ବାଇ: ଆଜି ପୁରା ଦେଶବାସୀ ନିଜ ନିଜ ଘରକୁ ଆଲୋକିତ କରି ପାଳନ କରିବେ ଆଲୋକର ପର୍ବ ଦୀପାବଳି । ଯାହାକୁ ନେଇ ସମସ୍ତେ ଉତ୍ସାହିତ । ଆଜି ଏଭଳି ଦିନରେ ସାତଜନ୍ମର ସାଥୀ ହୋଇଥିଲେ ବି-ଟାଉନର ପଦ୍ମାବତୀ ଓ ଖିଲଜି । ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂ ଆଜି ଦୀପାବଳି ସହ ସେଲିବ୍ରେଟ କରୁଛନ୍ତି ନିଜର ଦ୍ବିତୀୟ ବିବାହ ବାର୍ଷିକ । ଏହି ଅବସରରେ ବଲିଉଡର ସେଲିବ୍ରିଟିଙ୍କ ଠୁ ନେଇ ଫ୍ୟାନ୍ସ ସେମାନଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ହେଲେ ନିଜ ଖାସ୍ ଅନ୍ଦାଜରେ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରଣବୀର ।

ସେ ଇନଷ୍ଟାଗ୍ରାମରେ ପତ୍ନୀଙ୍କ ସହ ନିଜର ଶାନଦାର ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ଦୁଇଜଣ ପରସ୍ପର ସହ ସର୍ବଦା ସଂଯୁକ୍ତ । ଦ୍ବିତୀୟ ବିବାହ ବାର୍ଷିକର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମୋ କଣ୍ଢେଇ ।’ ଦୁଇଜଣଙ୍କ ଏହି ରୋମାଣ୍ଟିକ ଫଟୋକୁ ଏଯାବତ 7 ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଲାଣି । ଆପଣ ବି ଦେଖନ୍ତୁ ଦୁଇଜଣଙ୍କ ଶାନଦାର ଫଟୋ...

ପ୍ରକାଶ ଥାଉକି 2018 ନଭେମ୍ବର 14ରେ ଇଟାଲୀରେ ବିବାହ କରିଥିଲେ ଦୀପିକା ଓ ରଣବୀର । ‘ରାମଲିଲା’ ସୁଟିଂ ସମୟରେ ପରସ୍ପରକୁ ପ୍ରେମ କରିବସିଥିଲେ ଦୁଇଜଣ । 6 ବର୍ଷ ରିଲେସନଶିପରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.