ETV Bharat / sitara

ବଲିଉଡରେ 10 ବର୍ଷ, ୟଶ ଚୋପ୍ରାଙ୍କ ଫଟୋ ପୋଷ୍ଟ କଲେ ରଣବୀର

author img

By

Published : Dec 11, 2020, 8:01 AM IST

2010ରେ ଆସିଥିବା ‘ବ୍ୟାଣ୍ଡ ବାଜା ବାରାତ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସୋସିଆଲ ମିଡିଆରେ ପ୍ରକାଶ କଲେ ଖୁସି ।

ଫଟୋ  ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ବଲିଉଡର ପାୱାର ହାଉସ ରଣବୀର ସିଂ କଡା ପରିଶ୍ରମ କରି ଆଜି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ । ତାଙ୍କ ଅଭିନୟ, ଡାଇଲଗ ଡେଲିଭରି ସବୁବେଳେ ଭିନ୍ନ ଅନୁଭବ କରାଇ । ଅନେକ ଦିନ ସଂଘର୍ଷ ପରେ ଆଜି ସେ ବଲିଉଡର ଟପ ଅଭିନେତା ସାଜିଛନ୍ତି । ଶୁକ୍ରବାର ସେ ବଲିଉଡରେ 10 ବର୍ଷ ପୂରଣ କରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ ।

ଏହି ଅବସରରେ ସେ ଚାମ୍ବର ଅଫ୍ ଡ୍ରିମ ଦ ଥିୟଟର ପରିଦର୍ଶନ କରିବା ସହ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କର ଗୋଟିଏ ଫଟୋ ମଧ୍ୟରେ ଦେଖିବାକୁ ମିଳୁଛି ଯେ ଲେଜେଣ୍ଡ ଫିଲ୍ମ ନିର୍ମାତା ୟଶ ଚୋପ୍ରାଙ୍କ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇଥିବାର ।

ଆଉ ସବୁଥର ପରି ନିଜ କୁଲ ଲୁକରେ ଆସୁଛନ୍ତି ନଜର । ବ୍ଲୁ ଟ୍ରାକସୁଟ ପିନ୍ଧିବା ସହ ହ୍ବାଇଟ ସୁଜ୍ ସହ ବ୍ରାଇନ କ୍ୟାପ ଓ ଚଷମା ଲଗାଇ ହ୍ୟାଣ୍ଡସମ ଲାଗୁଛନ୍ତି । ଫଟୋର କ୍ୟାପସନରେ ଲେଖିଛନ୍ତି, ‘ଆର୍ଶିବାଦ ଆର୍ଶିବାଦ ଓ ଆର୍ଶିବାଦ ।’

ପ୍ରକାଶ ଥାଉକି 10 ପୂର୍ବେ ସେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ‘ବ୍ୟାଣ୍ଡ ବାଜା ବାରାତ’ରେ ଅଭିନୟ କରିଥିଲେ । ଯାହା ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । ଆଉ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଯଦି କଥା ହେବା ତାହାଲେ ସେ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ କବୀର ସିଂ । ସେହିପରି ନିକଟରେ ସେ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସର୍କସ’ରେ ସାମିଲ ହୋଇଥିଲେ । ତାଙ୍କ ଏହି ଫିଲ୍ମରେ ରୋମାନ୍ସ କରିବେ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.