ମୁମ୍ବାଇ: କୋରୋନା ସଙ୍କଟ ପାଇଁ ରିଲିଜ ହୋଇପାରୁନାହିଁ ରଣବୀର ସିଂଙ୍କ ବହୁ ଚର୍ଚ୍ଚିତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ । ଯେଉଁଥିରେ ସେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ସେ ରୋହିତ ସେଟ୍ଟୀଙ୍କ ଆଗାମୀ କମେଡି ଡ୍ରାମା ଫିଲ୍ମ ‘ସର୍କସ’ରେ ମଧ୍ୟ ଦେଖାଯିବେ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ପୁଣିଥରେ ପରଦାରେ ଦେଖିବାକୁ ମିଳିବ ତାଙ୍କ ନେଗେଟିଭ ଅବତାର । ରାବଣ ସାଜି ସୀତାଙ୍କୁ ହରଣ କରିବେ ସେ ।
କିଛି ଦିନରୁ ବଲିଉଡ ଗ୍ୟାଲେରୀରେ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ‘ସୀତା’କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ଫିଲ୍ମର ଲେଖକ ହେଉଛନ୍ତି ‘ବାହୁବଳୀ’ ଲେଖକ ତଥା ଏସଏସ ରାଜାମୌଲୀଙ୍କ ପିତା କେ.ଭି ବିଜୟେନ୍ଦ୍ର ପ୍ରସାଦ। ଫିଲ୍ମକୁ ନେଇ ଅନେକ କଳ୍ପନାଜଳ୍ପନା କରୁଛନ୍ତି ଦର୍ଶକ । ଇତିମଧ୍ୟରେ ଫିଲ୍ମର କାଷ୍ଟ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି।
କଥାଟି ହେଲା ଯେ ଫିଲ୍ମ ଏକ ପୌରାଣିକ କାହାଣୀକୁ ନେଇ ଆଧାରିତ । ଯାହାର ରାବଣ ଭୂମିକା ପାଇଁ ବଲିଉଡର ଏନର୍ଜେଟିକ ଆକ୍ଟର ରଣବୀରଙ୍କୁ ଆପ୍ରୋଚ କରିଛନ୍ତି ମେକର୍ସ । ମା' ସୀତାଙ୍କ ସମ୍ପୂର୍ଣ୍ଣ କାହାଣୀ ଫିଲ୍ମରେ ପର୍ଯ୍ୟବେଶିତ କରାଯିବ । ଯେଉଁଥିରେ ରାବଣର କାହାଣୀ ମଧ୍ୟ ସାମିଲ ହେବ । ହେଲେ ଫିଲ୍ମକୁ ନେଇ ଏଯାବତ କୌଣସି ସୂଚନା ଦେଇନାହାଁନ୍ତି ଅଭିନେତା ।
ସେହିପରି ‘ପଦ୍ମାବତ’ରେ ଖିଲଜି ଚରିତ୍ରରେ ରଣବୀର ଦମଦାର ଅଭିନୟ କରି ସମସ୍ତଙ୍କୁ ଦିୱାନା କରିଥିଲେ । ଯଦି ଏହି ଫିଲ୍ମରେ ରଣବୀର ରାବଣ ହୁଅନ୍ତି, ତେବେ ଆପଣ ଅନୁମାନ କରିପାରିବେ ଯେ ସେ କେଉଁ ସ୍ତରରେ ଅଭିନୟ କରିବେ ।