ETV Bharat / sitara

ଅନୁଭୂତି ସେୟାର କଲେ ଗୁରମୀତ - ଗୁରମୀତ ଚୌଧୁରୀଙ୍କ ବୟାନ

‘ରାମାୟଣ’ରେ ରାମ ଅବତାରରେ ନଜର ଆସିଥିବା ଗୁରମୀତ ଫେମସ ଅଭିନେତା ସୁଶାନ୍ତଙ୍କଠୁ ପ୍ରେରଣା ପାଇଥିଲେ ବଲିଉଡରେ କାମ କରିବା ପାଇଁ ।

ଫଟୋ ସୌଜନ୍ୟ:: ଇନଷ୍ଟାଗ୍ରାମ@ଗୁରମୀତ ଚୌଧୁରୀ
ଫଟୋ ସୌଜନ୍ୟ:: ଇନଷ୍ଟାଗ୍ରାମ@ଗୁରମୀତ ଚୌଧୁରୀ
author img

By

Published : Aug 8, 2020, 12:57 PM IST

ମୁମ୍ବାଇ: ଫେମସ ଟିଭି, ଫିଲ୍ମ ଆକ୍ଟର ଗୁରମୀତ ଚୌଧୁରୀ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଟିଭି ସିରିୟଲରୁ କ୍ୟାରିୟର ଆରମ୍ଭ କରି ବଲିଉଡରେ ପହଞ୍ଚିଥିଲେ । ହେଲେ ତାଙ୍କ ପାଇଁ ଟିଭିରୁ ବଲିଉଡର ଯାତ୍ରା ସହଜ ନଥିଲା । ସେ ମଧ୍ୟ ଅନେକ ସଂଘର୍ଷ ପରେ ବଲିଉଡରେ ଫିଲ୍ମ ପାଇଥିଲେ । ଯାହା ଉପରେ ସେ ଏବେ ମନ ଖୋଲି କଥା ହୋଇଛନ୍ତି । ତାଙ୍କ ଫିଲ୍ମ ରିଲିଜ ହେବା ସମୟରେ ତାଙ୍କୁ ଅନେକ ଲୋକ କହିଥିଲେ ଯାହାଙ୍କୁ ଆମେ ଟିଭିରେ ଫ୍ରିରେ ଦେଖୁଛୁ, ତାଙ୍କୁ ଟଙ୍କା ଦେଇ ବଡ ସ୍କ୍ରିନରେ କଣ ପାଇଁ ଦେଖିବୁ ।

ଏହାର ଖୁଲାସା ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ । ସେହିପରି ସେ ନିଜ କ୍ୟାରିୟର ବିଷୟରେ ଆଲୋଚନା କରି କହିଥିଲେ, ‘ମୋ ସ୍ବପ୍ନ 70 ମିମି ସ୍କ୍ରିନରେ ଆସିବାର ଥିଲା । ହେଲେ କିଛି ବର୍ଷ ଟିଭିରେ କାମ କରିବା ପରେ ମୋ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେବେ ମତେ ଲାଗିଲା ଫିଲ୍ମରେ ଅଭିନୟ ପାଇଁ ଚେଷ୍ଟା କରିବା ପଡିବ । କାରଣ ମୁଁ ଜୀବନରେ ନୂଆ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପସନ୍ଦ କରେ । ଆଉ ସେହି ସମୟରେ ମତେ ଅନେକ ଲୋକ କହିଥିଲେ ବଡ ପରଦାରେ ମତେ ଟିକେଟ କିଣି କାହିଁକି ଦେଖିବେ । ଏପରି ଅନେକ କଥା ମୁଁ ସେହି ସମୟରେ ଶୁଣିବାକୁ ପାଉଥିଲି ହେଲେ ଧୌର୍ଯ୍ୟ ଧରି ସହି ଯାଉଥିଲି ।’

ଖାଲି ଏତିକି ନୁହେଁ ସେ ସୁଶାନ୍ତଙ୍କ ବିଷୟରେ ମଧ୍ୟ କହିଥିଲେ । କାରଣ ସୁଶାନ୍ତ ଟିଭିରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରି ବଲିଉଡର ଫେମସ ଅଭିନେତା ସାଜିଥିଲେ । ଆଉ ସେ ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି କହିଥିଲେ ଗୁରମୀତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.