ETV Bharat / sitara

କୃଷକଙ୍କ ସମର୍ଥନରେ ରିହାନା, ମୂର୍ଖ କହିଲେ କଙ୍ଗନା - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ଟ୍ବିଟ

ସବୁ ପ୍ରସଙ୍ଗରେ ନିଜ ମତାମତ ରଖୁଥିବା କଙ୍ଗନାଙ୍କ ଟାର୍ଗେଟରେ ଏଥର ରିହାନା । ତାଙ୍କ ଟ୍ବିଟକୁ ଆଧାର କରି ଶୁଣାଇଲେ ଅନେକ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Feb 3, 2021, 7:31 AM IST

ମୁମ୍ବାଇ: ମଙ୍ଗଳବାର ଦିନ ହଲିଉଡ ପପ୍ ଗାୟିକା, ଅଭିନେତ୍ରୀ ରିହାନା ଭାରତରେ ଚାଲିଥିବା କୃଷକ ଆନ୍ଦୋଳକୁ ସମର୍ଥନ ଜଣାଇଥିଲେ। ରିହାନାଙ୍କ ଟ୍ବିଟର କିଛି ସମୟ ପରେ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ତାଙ୍କୁ ମୂର୍ଖ ବୋଲି କହି ତାଙ୍କର ବିରୋଧ କରିଥିଲେ । କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ ବିରୋଧ କରଥିବା କୃଷକମାନେ ଆତଙ୍କବାଦୀ।

କଥାଟି ହେଲା ଯେ ରିହାନା କୃଷକଙ୍କ ସମର୍ଥନ କରି ଏକ ଟ୍ବିଟରେ ଲେଖିଥିଲେ, ‘ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ ?’ ତାଙ୍କ ଏହି ଟ୍ବିଟ ଭାଇରାଲ ହେବା ପରେ କଙ୍ଗନ କ୍ରୋଧିତ ହୋଇ ସଙ୍ଗେ ସଙ୍ଗେ ଲେଖିଥିଲେ, ‘ଏହା ବିଷୟରେ କେହି କହୁ ନାହାଁନ୍ତି କାରଣ ସେମାନେ କୃଷକ ନୁହଁନ୍ତି ସେମାନେ ଆତଙ୍କବାଦୀ । ଯେଉଁମାନେ ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଦ୍ବାରା ଚୀନ ଆମର ଦୁର୍ବଳ ଦେଶକୁ ନିଜ ଅଧୀନକୁ ନେଇପାରିବ ଏବଂ ଏହାକୁ ଆମେରିକା ପରି ଚୀନର ଉପନିବେଶ କରିପାରିବ। ଚୁପ୍ ରୁହ ମୂର୍ଖ ।’

  • No one is talking about it because they are not farmers they are terrorists who are trying to divide India, so that China can take over our vulnerable broken nation and make it a Chinese colony much like USA...
    Sit down you fool, we are not selling our nation like you dummies. https://t.co/OIAD5Pa61a

    — Kangana Ranaut (@KanganaTeam) February 2, 2021 " class="align-text-top noRightClick twitterSection" data=" ">

ଖାଲି ଏତିକି ନୁହେଁ ଏହି କୃଷକ ଆନ୍ଦୋଳନ ପାଇଁ କଙ୍ଗନା ଗତ ବର୍ଷ ମଧ୍ୟ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଯାବତ ଦୁଇଜଣଙ୍କ ବିବାଦ ଶେଷ ହୋଇନାହିଁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.