ETV Bharat / sitara

ସୋନାକ୍ଷୀଙ୍କ ନାମରେ ଚାର୍ଜସିଟ୍ ଫାଇଲ

author img

By

Published : May 22, 2020, 7:29 PM IST

ପୁଣି ବିବାଦ ଘେରରେ ଫେମସ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ସମୟରୁ ତାଙ୍କ ଉପରେ ଲାଗିଆସୁଛି ଠକେଇ ଅଭିଯୋଗ । କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍।

ଫଟୋ ସୌଜନ୍ୟ: ଇନଷ୍ଟାେଗ୍ରାମ@ସୋନାକ୍ଷୀ ସିହ୍ନା

ଲକ୍ଷ୍ନୌ: ଦୀର୍ଘ ସମୟରୁ ଏକ କେସକୁ ନେଇ ଚର୍ଚ୍ଚାରେ ଥିବା ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାମରେ ଚାର୍ଜସିଟ କୋର୍ଟରେ ଦାଖିଲ କରିଛି ଉତ୍ତରପ୍ରଦେଶ ପୋଲିସ । ଠକେଇର ଶିକାର ହୋଇଥିବା ଇଭେଣ୍ଟ ମ୍ୟାନେଜର ଅଧିକାରୀଙ୍କ ପାଖରେ ଗୁହାରି ଲଗାଇଥିଲେ । ଡିଜିପିଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ବିଟ ମାଧ୍ୟମରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ନ୍ୟାୟ ପାଇଁ ଦାବି କରିଥିଲେ।

କଟହାରର ଶିବପୁରୀ କଲୋନୀ ନିବାସୀ ପ୍ରମୋଦ ଶର୍ମା ପୂର୍ବ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଟ୍ୟାଲେଣ୍ଟ ଫୁଲଅନ ଓ ଏକ୍ସିଡ ଏଣ୍ଟରଟେନମେଣ୍ଟ କମ୍ପାନୀ ଜରିଆରେ ସୋନାକ୍ଷୀ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ରାଜି ଥିଲେ।

ଯାହାର ଏକ ପ୍ରମୋଶନାଲ ଭିଡିଓ ମଧ୍ୟ ଜାରି ହୋଇଥିଲା । ସୋନାକ୍ଷୀ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭିନ୍ନ ଭିନ୍ନ କିସ୍ତିରେ 29 ଲକ୍ଷରୁ ଅଧିକ ଟଙ୍କା ଫିସ୍ ରୂପେ ନେଇଥିଲେ ।

ସେହିପରି ଟ୍ୟାଲେଣ୍ଟ ଫୁଲଅନର ଅଭିଷେକ ସିହ୍ନାଙ୍କୁ 48 ହଜାର ଟଙ୍କା ଦିଆଯାଇଥିଲା । ନିର୍ଦ୍ଧାରିତ ସମୟ ସକାଳେ ଫୋନ କରି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ଲେନର ଦ୍ବିତୀୟ ଟିକେଟ କରାଯାଇଥିଲା ।

ଏହାପରେ ମଧ୍ୟ ସୋନାକ୍ଷୀ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ଆଧାର କରି କଟଘର ଥାନାରେ ସୋନାକ୍ଷୀ ଓ ଟ୍ୟାଲେଣ୍ଟ ଫୁଲଅନ, ଏକ୍ସିଡ ଏଣ୍ଟରଟେନମେଣ୍ଟ କମ୍ପାନୀଙ୍କର 5 ଜଣଙ୍କ ନାମରେ ଠକେଇ ଅଭିଯୋଗ ରୁଜୁ କରାଯାଇଥିଲା ।

ସେପଟ ସୋନାକ୍ଷୀ ମଧ୍ୟ ନିଜ ବୟାନ ପୂର୍ବରୁ ଦେଇସାରିଛନ୍ତି । ପ୍ରକାଶ ଥାଉକି ପାଖାପାଖି 15 ଦିନ ହେବ ଠକେଇ ଶିକାର ହୋଇଥିବା ପ୍ରମୋଦ ସୋସିଆଲ ମିଡିଆରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି ଲାଗାଇଥିଲେ । ଆଉ ଏହି ମାମଲାରେ ଏବେ ପୋଲିସ ସୋନାକ୍ଷୀଙ୍କ ନାମରେ ଚାର୍ଜସିଟ କୋର୍ଟରେ ଦାଖିଲ କରିଦେଇଛି । ଏହାର ସୂଚନା କଟଘର ସିଓ ପୂନମ ସିରୋହୀ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.