ETV Bharat / sitara

ରିୟଲ ମୋଦି ହିଟ୍, ରିଲ ମୋଦି ଫ୍ଲପ - box office

ଫ୍ଲପ ହେଲା 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ । ଫିଲ୍ମ ଦେଖିବାକୁ ସିନେମା ହଲରେ ନାହାଁନ୍ତି ଦର୍ଶକ ।

ଫଟୋ ସୌଜନ୍ୟ:ସୋସଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ
author img

By

Published : May 28, 2019, 11:07 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' ମେ 24ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା । କିନ୍ତୁ ଫିଲ୍ମଟି ନିରାଶ କରିଛି ଦର୍ଶକ ଏବଂ ମେକର୍ସଙ୍କୁ । କାରଣ ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନାହିଁ ଏହି ଫିଲ୍ମ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା କି ଫିଲ୍ମ ଦେଖିବାକୁ ଦର୍ଶକ ସିନେମାହଲକୁ ହିଁ ଯାଇନାହାଁନ୍ତି । ଇତିମଧ୍ୟରେ ଫିଲ୍ମ ରିଲିଜକୁ ଚାରି ଦିନ ବିତିଯାଇଛି । ଏଯାବତ ଫିଲ୍ମଟି ମାତ୍ର 14 କୋଟି ଟଙ୍କା ଆୟ କରିଛି ।

ଜଣାଇ ଦେଉଛୁ ଫିଲ୍ମଟି ଭାରତରେ 1200 ସ୍କ୍ରିନରେ ରିଲିଜ ହୋଇଥିଲା । ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବରାୟ ନଜର ଆସିଛନ୍ତି । ଫିଲ୍ମରେ ପିଏମ ନରେନ୍ଦ୍ର ମୋଦିଙ୍କ ବାଲ୍ୟ ଜୀବନରୁ ନେଇ ପ୍ରଧାନମନ୍ତ୍ରୀ ହେବା ଯାତ୍ରା ପର୍ଯ୍ୟନ୍ତ ସବୁ କାହାଣୀ ପର୍ଯ୍ୟବେଶିତ ହୋଇଛି ।

ବିବେକଙ୍କ ବ୍ୟତୀତ ଫିଲ୍ମରେ ବୋମନ ଇରାନୀ, ଦର୍ଶନ କୁମାର, ୱହିଦା ରହମାନ, ମନୋଜ ଯୋଶୀ ଓ ବରଖା ବିଷ୍ଟ ସେନଗୁପ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ପ୍ରକାଶ ଥାଉକି ରିଲିଜ ପୂର୍ବରୁ ଫିଲ୍ମଟିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ପ୍ରଥମେ ଫିଲ୍ମଟି ଏପ୍ରିଲ 11ରେ ରିଲିଜ ହେବାରଥିଲା । ଠିକ୍ ସେହିଦିନ ଦେଶରେ17ତମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଥିଲା । ବିରୋଧୀ ପାର୍ଟି ଫିଲ୍ମ ବିରୋଧରେ ନିର୍ବାଚନ ଆୟୋଗରେ ପହଞ୍ଚିଥିଲେ । ଏହାପରେ ନିର୍ବାଚନ ଆୟୋଗ ଫିଲ୍ମର ରିଲିଜକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ବ୍ୟାନ ରଖିଥିଲେ । ଏବେ ଫିଲ୍ମ ରିଲିଜ ହୋଇଯାଇଛି ସତ କିନ୍ତୁ ଫିଲ୍ମକୁ କାହାରି ପ୍ରଶଂସା ମିଳିନାହିଁ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.