ହାଇଦ୍ରାବାଦ: ବଲିଉଡର ନୂଆ ଯୋଡି ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଏବେ ସୋସିଆଲ ମିଡିଆର ମୋଷ୍ଟ ୱାଣ୍ଟେଡ କପୁଲ । ଅନେକ ସମୟରେ ବିଭିନ୍ନ ଫଟୋ ପୋଷ୍ଟ କରି ତଥା ଉଭୟ ଉଭୟଙ୍କୁ ସରପ୍ରାଇଜ ଦେଇ ଅନେକଙ୍କ ପ୍ରେରଣା ପାଲଟିଥିବା କପୁଲ ପୁଣି ନିଜ ପ୍ରେମ ଦ୍ବାରା ସମସ୍ତଙ୍କୁ ଆକୃଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଫରହାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଉଭୟଙ୍କର ଗୋଟିଏ ଫଟୋ ସେୟାର କରି ଲେଖିଛନ୍ତି, 'ଥ୍ରୀ ସିକ୍ସ ଫାଇଭ @ଶିବାନୀ ଦାଣ୍ଡେକର ।' ଆଉ ଫଟୋରେ ଫରହାନ ଶିବାନୀଙ୍କ ଆଖିକୁ ଚାହିଁଛନ୍ତି । ତେବେ ଏହି କ୍ୟାପ୍ସନରୁ ଲାଗୁଛି, ଶିବାନୀଙ୍କୁ 365ଦିନ ଏମିତି ଚାହାଁନ୍ତି ଫାରହାନ ।
ପ୍ରକାଶ ଥାଉକି, ଶିବାନୀ ଓ ଫାରହାନ ଆଜିକାଲି ମେକ୍ସିକୋରେ ସମୟ ଅତିବାହିତ କରୁଛନ୍ତି ଓ ସେଠାରୁ ଭାଇରାଲ କରିଛନ୍ତି ଅନେକ ପ୍ରେମଭରା ଫଟୋ । ପତ୍ନୀଙ୍କ ସହ ଛାଡପତ୍ର କରି ଗତବର୍ଷ ଅକ୍ଟୋବରରେ ଫାରହାନ ଶିବାନୀଙ୍କ ସହ ନିଜ ସମ୍ପର୍କକୁ ନେଇ ଖୁଲାସା କରିଥିଲେ ।