ହାଇଦ୍ରାବାଦ: ଚର୍ଚ୍ଚାରେ ଅଭିନେତ୍ରୀ ପରିଣୀତି ଚୋପ୍ରା । ସାଇନା ନେହୱାଲଙ୍କ ବାୟୋପିକରେ ନଜର ଆସିବେ ପରିଣିତି । ସାଇନାଙ୍କ ଚରିତ୍ରରେ ଅଭିନୟ କରିବେ ପରି । ତେବେ ଏଥିପାଇଁ ବ୍ୟାଡମିଣ୍ଟନ ଶିଖୁଛନ୍ତି ପରି ।
ଫିଲ୍ମର ସୁଟିଂ ଆରମ୍ଭ ହୋଇନଥିଲେ ମଧ୍ୟ ସୁଟିଂ ପୂର୍ବରୁ ଜୋରଦାର ପରିଶ୍ରମ କରୁଛନ୍ତି ପରିଣୀତି । ପରିଙ୍କ କହିବା କଥା ଯେବେ ସେ ଏଥିପାଇଁ ପୁରା ପ୍ରସ୍ତୁତ ହେବେ ସେତେବେଳେ ଫିଲ୍ମର ସୁଟିଂ ଆରମ୍ଭ ହେବ ।
ପ୍ରକାଶଥାଉକି, ପରିଣିତି ବର୍ଷ ଆରମ୍ଭରେ ସାଇନାଙ୍କ ବାୟୋପିକରେ କାମ କରିବେ ବୋଲି ଘୋଷଣା କରିଥିଲେ । ତେବେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଏଥିପାଇଁ ଚୟନ କରାଯାଇଥିଲା ଏପରିକି ସେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଥିଲେ ମାତ୍ର ଶ୍ରଦ୍ଧାଙ୍କ ହାତରେ ଅନେକ ଫିଲ୍ମ ଥିବାରୁ ପରେ ଫିଲ୍ମରୁ ବ୍ୟାକଅପ କରିଥିଲେ ।