ETV Bharat / sitara

ରଣବୀର କପୁରଙ୍କ ‘ଆନିମଲ’ରେ ନଜର ଆସିବେ ପରିଣିତି

author img

By

Published : Jan 1, 2021, 4:23 PM IST

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍'ରେ ପରିଣିତି ଚୋପ୍ରା ଏବଂ ରଣବୀର କପୁର ଏକାଠି ଦେଖିବାକୁ ମିଳିବ । ଟି-ସିରିଜର ଇନଷ୍ଟାଗ୍ରାମରେ ଫିଲ୍ମର ଟାଇଟେଲ୍ ଏବଂ କାଷ୍ଟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

parineeti-chopra-opposite-ranbir-kapoor-in-animal
ଫିଲ୍ମ 'ଆନିମଲ୍'ରେ ରଣବୀର କପୁରଙ୍କ ସହ ନଜର ଆସିବେ ପରିନୀତି

ହାଇଦ୍ରାବାଦ: ଅଭିନେତ୍ରୀ ପରିଣିତି ଚୋପ୍ରା ଖୁବ ଶୀଘ୍ର ରଣବୀର କପୁରଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବେ । ଉଭୟ ଚଳଚ୍ଚିତ୍ର କବୀର ସିଂ ଫେମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍'ରେ ନଜର ଆସିବେ ।

ଫିଲ୍ମ 'ଆନିମଲ୍' ଭୂଷଣ କୁମାରଙ୍କ ଟି-ସିରିଜ୍ ଫିଲ୍ମସ ଦ୍ବାରା ନିର୍ମିତ ହେବ । ଫିଲ୍ମ 'କବୀର ସିଂ' ପରେ ଟି-ସିରିଜ୍ ସହିତ ସନ୍ଦୀପଙ୍କ ଏହା ଦ୍ବିତୀୟ ବଲିଉଡ ଫିଲ୍ମ ହେବ । 2019 ର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ କବୀର ସିଂ ଅନ୍ୟତମ ।

ଟି-ସିରିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ଦ୍ବାରା ଫିଲ୍ମର ଟାଇଟେଲ୍ ଏବଂ କାଷ୍ଟ ଘୋଷଣା କରାଯାଇଛି । ଭିଡିଓ କ୍ଲିପ୍ ର କ୍ୟାପସନରେ ଲେଖାଅଛି, ବର୍ଷର ଆରମ୍ଭ ସିଟି ମାରିକି ହେବା ଉଚିତ୍ । ପରିଣିତି ମଧ୍ୟ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ପ୍ରକାଶ ଥାଉ ଯେ, ଫିଲ୍ମ 'ଆନିମଲ୍'ଟି ଏକ ଗ୍ୟାଙ୍ଗଷ୍ଟର ଡ୍ରାମା, ଯେଉଁଥିରେ ପିତା-ପୁତ୍ରଙ୍କ ସମ୍ପର୍କକୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ପରିଣିତି ଏବଂ ରଣବୀରଙ୍କ ବ୍ୟତୀତ ଅନିଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.