ମୁମ୍ବାଇ: ଋଷି କପୁରଙ୍କ ଶେଷ ଫିଲ୍ମ 'ଶର୍ମାଜୀ ନମକିନ'ଙ୍କ ଅବଶିଷ୍ଟ ଅଂଶ ସୁଟିଂ କରିଛନ୍ତି ଭେଟେରାନ ଅଭିନେତା ପରେଶ ରାୱଲ । ସ୍ବର୍ଗତ ଋଷିଙ୍କୁ ସମ୍ମାନ ଦେବା ପାଇଁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତବର୍ଷ ଋଷି କପୁର ଯେଉଁ ଚରିତ୍ର ପାଇଁ ସୁଟିଂ କରିଥିଲେ ସେହି ଚରିତ୍ରରେ ପରେଶ ଅଭିନୟ କରିବେ ବୋଲି ଜଣାପଡିଛି ।
-
Gorgeous Juhi Chawla @iam_juhi mam , @SirPareshRawal Sir and team snapped on the sets of Sharmaji Namkeen..#SharmajiNamkeen #JuhiChawla pic.twitter.com/X1QTjr5SBq
— Team Juhi Chawla (@Team_JuhiChawla) July 8, 2021 " class="align-text-top noRightClick twitterSection" data="
">Gorgeous Juhi Chawla @iam_juhi mam , @SirPareshRawal Sir and team snapped on the sets of Sharmaji Namkeen..#SharmajiNamkeen #JuhiChawla pic.twitter.com/X1QTjr5SBq
— Team Juhi Chawla (@Team_JuhiChawla) July 8, 2021Gorgeous Juhi Chawla @iam_juhi mam , @SirPareshRawal Sir and team snapped on the sets of Sharmaji Namkeen..#SharmajiNamkeen #JuhiChawla pic.twitter.com/X1QTjr5SBq
— Team Juhi Chawla (@Team_JuhiChawla) July 8, 2021
ଏହି ଫିଲ୍ମର ସୁଟିଂ ସମୟରେ ପରେଶ ଭାବବିହ୍ବଳ ହୋଇପଡିଥିଲେ । ସେ ଋଷିଙ୍କୁ ବହୁତ ସମ୍ମାନ କରୁଥିଲେ । ସେ ତାଙ୍କ ପ୍ରିୟ ଅଭିନେତା ରଣବୀର କପୁରଙ୍କ ପିତା ସହିତ ଜଣେ ଭଲ ମଣିଷ ଥିଲେ । ଏହାସହିତ କପୁର ଫ୍ୟାମିଲିର ଜଣେ ଟ୍ୟାଲେଣ୍ଟ ଆକ୍ଟର ଥିଲେ । ତାଙ୍କ ଅଧୁରା ଛାଡି ଯାଇଥିବା ଚରିତ୍ରକୁ ସେ ଦାୟିତ୍ବର ସହ ଗ୍ରହଣ କରି ଆଗକୁ ନେଇଛନ୍ତି ବୋଲି ସେ କହିଛନ୍ତି ।
ପରେଶ ଓ ଋଷି କପୁର ପୂର୍ବରୁ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ସେ ଦାମିନି, ହତିଆର, ପଟେଲ କି ପଞ୍ଜାବୀ ଶାଦି ଆଦି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି । ଶର୍ମାଜୀ ନମକିନ ଫିଲ୍ମରେ ଋଷି କପୁର ଅଭିନୟ କରିଥିଲେ । ତେବେ କୋରୋନା ମହାମାରୀ ପାଇଁ ଅଧାରୁ ଫିଲ୍ମର ସୁଟିଂ ବନ୍ଦ ହୋଇଥିଲା ଏବଂ ଏହାରି ମଧ୍ୟରେ ଋଷିଙ୍କ ଦେହାନ୍ତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ