ମୁମ୍ବାଇ: ବର୍ତ୍ତମାନ ବଲିଉଡର କିଛି ବଡ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା । ଇତିମଧ୍ୟରେ ଏବର୍ଷର ଅଧିକ ଆୟ କରିଥିବା ଦ୍ବିତୀୟ ଫିଲ୍ମ ସାଜିଛି କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ । ଶୁକ୍ରବାର ରିଲିଜ ହୋଇଯାଇଛି ଏହି ଫିଲ୍ମ । ପଙ୍ଗା ସହ ବକ୍ସ ଅଫିସରେ ମୁହାଁମୁହିଁ ହୋଇଛି ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ଷ୍ଟ୍ରିଟ ଡାନ୍ସର ‘3ଡି’ । ଏହି ଦୁଇ ଫିଲ୍ମ ଏକାଠି ରିଲିଜ ହୋଇଛି । ରିଲିଜ ସହ ଦୁଇ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ହେଲେ ଦୁଇ ଫିଲ୍ମ ମେକର୍ସଙ୍କ ପାଇଁ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ପାଇଁ ଫିଲ୍ମର କଲେକ୍ସନ ଉପରେ ପଡିପାରେ ପ୍ରଭାବ ।
ଶୁଣିବାକୁ ମିଳୁଛି ଯେ କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ ଓ ‘ଷ୍ଟ୍ରିଟ ଡାନ୍ସର 3ଡି’ ଇଣ୍ଟରନେଟରେ ଲିକ ହୋଇଯାଇଛି । ବଲିଉଡ ରିପୋର୍ଟ ଅନୁଯାୟୀ ପୁଣିଥରେ କୁଖ୍ୟାତ ୱେବସାଇଟ ତାମିଲରକର୍ସ ଦ୍ବାରା ଏହି ଦୁଇ ଫିଲ୍ମକୁ ଅନଲାଇନ ଲିକ କରାଯାଇଛି । ଅନଲାଇନ ଲିକ ହେବା ଯୋଗୁ ଏହି ଦୁଇ ଫିଲ୍ମର କଲେକ୍ସନ ପଡିପାରେ ଫିକା । ରିଲିଜର ଗୋଟିଏ ଦିନ ମଧ୍ୟରେ ଏହି ଦୁଇଟି ଫିଲ୍ମ ଅନଲାଇନ ଲିକ ହୋଇଛି । ଯାହାକୁ ନେଇ ଚିନ୍ତିତ ଫିଲ୍ମ ମେକର୍ସ ।
ପ୍ରକାଶା ଥାଉକି ଓପନିଂ ଡେରେ ପଙ୍ଗା 5 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଅନ୍ୟପରେ ‘ଷ୍ଟ୍ରିଟ ଡାନ୍ସର 3ଡି’ ପାଖାପାଖି 10 କୋଟି ଟଙ୍କା ଆୟ କରିଛି ।