ETV Bharat / sitara

ଆମୀରଙ୍କୁ ହତ୍ୟାକାରୀ କହିଲା ପାକିସ୍ତାନ ମିଡିଆ, ରାଗିଲେ ଫ୍ୟାନ୍ସ - ନ୍ୟୁଜ ଚ୍ୟାନେଲରେ ଆମୀରଙ୍କୁ ହତ୍ୟାକାରୀ

ସବୁବେଳେ ଭାରତ ବିରୋଧରେ ଫେକ ନ୍ୟୁଜ ପ୍ରସାରଣ କରି ଚର୍ଚ୍ଚାରେ ରହିଥାଏ ପାକିସ୍ତାନ ମିଡିଆ। ଏବେ ଏହି କାର୍ଯ୍ୟ ପାଇଁ ପୁଣି ହଟହଟା ହୋଇଛି ମିଡିଆ...

pakistani media
ଡିଜାଇନ ଫଟୋ
author img

By

Published : Apr 18, 2020, 8:19 PM IST

ମୁମ୍ବାଇ: ପ୍ରାୟତଃ ଫେକ ନ୍ୟୁଜ ପାଇଁ ପାକିସ୍ତାନୀ ମିଡିଆ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟରେ ଆସିଥାଏ। ଏବେ ପୁଣିଥରେ ଏପରି କାର୍ଯ୍ୟ କରି ହଟହଟା ପାକିସ୍ତାନ ମିଡିଆ। ଏଥର ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ପାଇଁ ଟ୍ରୋଲ ହୋଇଛି ମିଡିଆ। କାରଣ ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ଆମୀରଙ୍କୁ ହତ୍ୟାକାରୀ ରୂପେ ଦର୍ଶାଇଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ଯାହାପରେ ସୋସିଆଲ ମିଡିଆରେ ଆମୀରଙ୍କ ଫଟୋ ସହ କିଛି ଉର୍ଦ୍ଦୁରେ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଫଟୋଟି ଭାଇରାଲ ହେବା ପରେ ଭାରତୀୟ ପ୍ରଶଂସକଙ୍କ ରାଗ ନକହିଲେ ସରେ।

ପୁରା ମାମଲାଟି ହେଲା ଯେ ପାକିସ୍ତାନର ଏକ କୋର୍ଟ 17 ବର୍ଷ ପୂର୍ବେ ରାଜନୈତିକ ପାର୍ଟି ମୁହାଜିର କୌମୀ ଆନ୍ଦୋଳନ ହକ୍କି(MQM) ର ଆମୀର ଖାନ ନାମକ ଜଣେ ନେତାକୁ ଡବଲ ମର୍ଡର କେସରେ ଖାଲାସ କରାଥିଲା। ଜଣେ ଉର୍ଦ୍ଦୁ ଚ୍ୟାନେଲ ନେତାର ଫଟୋ ସ୍ଥାନରେ ଅଭିନେତା ଆମୀରଙ୍କ ଫଟୋ ଲଗାଇ ନ୍ୟୁଜ ଚାଲାଇଥିଲା । ଯାହାପରେ ଏହି ଚ୍ୟାନେଲର ଖୁବ୍ ସମାଲୋଚନା ହୋଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.