ETV Bharat / sitara

ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ, ଗିରଫ ହେଲା ଅଭିଯୁକ୍ତ

author img

By

Published : Mar 1, 2021, 1:26 PM IST

ପୁଣି ସାମ୍ନାକୁ ଆସିଲା ଯୌନ ଶୋଷଣ ଅଭିଯୋଗ । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତି ସହ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରୁ ଅନେକ ସମୟରେ ଯୌନ ଶୋଷଣର ଖବର ଶିଣିବାକୁ ମିଳିଥାଏ । ଇତିମଧ୍ୟରେ ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୁମ୍ବାଇ ପୋଲିସ ଦ୍ବାରା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ ଅଭିଯୋଗରେ ଗୋରେଗାଓଁ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ ହେବା ପରେ ଉକ୍ତ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।

ଶନିବାର ମୁମ୍ବାଇ ପୋଲିସ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ସର୍ବାଧିକ ଟଙ୍କା ରୋଜଗାର କରିବା ପାଇଁ ଅଶ୍ଳୀଳ ଭିଡିଓ ତିଆରି କରୁଥିବା ଜଣେ ଯୁବକ ସମେତ ତିନି ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ମିଥ୍ୟା ତଥ୍ୟ ଦେଇ ଅଶ୍ଳୀଳ ଭିଡିଓ ତିଆରି କରୁଥିଲେ।

ସେ ଅନେକ ଝିଅଙ୍କ ଅଶ୍ଳୀଳ ଭିଡିଓ ତିଆରି କରିବା ସହ ସେମାନଙ୍କୁ ଧମକ ମଧ୍ୟ ଦେଉଥିଲେ । ଅଭିଯୁକ୍ତ ଝିଅମାନଙ୍କ ସହ ପ୍ରାଙ୍କ କରିବା ବାହାନାରେ ଡାକି ପରେ ଭିଡିଓରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରି ଭିଡିଓ ତିଆରି କରୁଥିଲେ । ଯାହାକୁ ସୋସିଆଲ ମିଡିଆରେ ସେୟାର କରି ଟଙ୍କା ରୋଜଗାର କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.