ETV Bharat / sitara

ରୋମାଣ୍ଟିକ ଅନ୍ଦାଜରେ ପ୍ରଭାସ-ଶ୍ରଦ୍ଧା !

author img

By

Published : Jul 23, 2019, 9:57 PM IST

ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଥିବା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ 'ସାହୋ'ର ଜାରି ହେଲା ନୂଆ ପୋଷ୍ଟର । ପରସ୍ପର ଆଖିରେ ହଜିଯାଇଛନ୍ତି ଉଭୟେ ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: 'ବାହୁବଳୀ' ଫେମ ପ୍ରଭାସଙ୍କ ଯାଦୁ ଏବେ ଦର୍ଶକଙ୍କ ଉପରେ ଛାଇ ଯାଇଛି । କାରଣ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ସାହୋ' । ଯାହାକୁ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିବସିଛନ୍ତି ଦର୍ଶକ । ଅନ୍ୟପଟେ ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ମେକର୍ସ ଫିଲ୍ମର ନୂଆ ନୂଆ ପୋଷ୍ଟର ଆଉ ଗୀତ ରିଲିଜ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ରିଲିଜ ହୋଇଯାଇଛି 'ସାହୋ'ର ନୂଆ ପୋଷ୍ଟର । ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

'ସାହୋ'ରେ ପ୍ରଭାସଙ୍କ ସହ ବି-ଟାଉନ କ୍ୟୁଟ ଅଭିନେତ୍ରୀ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ମଙ୍ଗଳବାର ତଥା ଆଜି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଫିଲ୍ମର ନୂଆ ପୋଷ୍ଟର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଭାସ ଓ ଶ୍ରଦ୍ଧା ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି 'ସାହୋ' ପୂର୍ବରୁ ଅଗଷ୍ଟ 15ରେ ରିଲିଜ ହୋଇଥାଆନ୍ତା । କିନ୍ତୁ କିଛି ସମସ୍ୟା ପାଇଁ 'ସାହୋ' ମେକର୍ସ ଫଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଅଗଷ୍ଟ 30 କରିଦେଇଛନ୍ତି । ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାର କାରଣ ହେଲା କି ଅଗଷ୍ଟ 15ରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ 'ମିଶନ ମଙ୍ଗଲ' ଓ ଜନ ଅବ୍ରାହମଙ୍କ 'ବାଟଲା ହାଉସ' ରିଲିଜ ହେବ । ଏମିତିରେ ଯଦି 'ସାହୋ' ମଧ୍ୟ ଗୋଟିଏ ଦିନରେ ରିଲିଜ ହୋଇଥାଆନ୍ତେ ତେବେ ଫିଲ୍ମ କଲେକ୍ସନରେ ନିହାତି ପ୍ରଭାବ ପଡିଥାଆନ୍ତା । ତେଣୁ 'ସାହୋ'ର ରିଲିଜ ତାରିଖକୁ ଘୁଞ୍ଚାଇ ଦେଲେ ମେକର୍ସ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.