ହାଇଦ୍ରାବାଦ: ନୋରା ଆଜି ଯେଉଁ ସ୍ଥାନରେ ଅଛନ୍ତି, ତାହା ସମସ୍ତେ ଜାଣନ୍ତି। ବିନା ଗଡଫାଦରରେ ସେ ନିଜ ପରିଚୟ ନିଜେ ତିଆରି କରିଛନ୍ତି । ନୋରାଙ୍କୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଭଲ ପାଆନ୍ତି । ଗତ 6 ତାରିଖରେ ଥିଲା ବଲିଉଡର ‘ଦିଲବର’ ଗର୍ଲ ନୋରା ଫତେହିଙ୍କ ଜନ୍ମ ଦିନ। ନୋରା ତାଙ୍କ ଜନ୍ମ ଦିନକୁ ଖୁବ ଧୁମଧାମରେ ପାଳନ କରିଥିଲେ। ଜନ୍ମଦିନରେ ଅଭିନେତ୍ରୀଙ୍କୁ ଏମିତି ଏକ ଉପହାର ମିଳିଥିଲା, ଯାହା ସେ କେବେ କଳ୍ପନା ବି କରିନଥିଲେ।
ଡ୍ୟାନ୍ସ ମାଧ୍ୟମରେ କୋଟି କୋଟି ଫ୍ୟାନ୍ସଙ୍କୁ ପାଗଳ କରିଥିବା ଅଭିନେତ୍ରୀ ନୋରା ଫତେହି ଏହି ବିଶେଷ ଦିନରେ ଜନ୍ମଦିନ ସହ ଜଡିତ କୌଣସି ଫଟୋ ସେୟାର କରିନଥିଲେ । କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପରେ ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟି ନୋରାଙ୍କ ପ୍ରଶଂସକଙ୍କଠାରୁ ଏକ ଉପହାର ଥିଲା ।
- " class="align-text-top noRightClick twitterSection" data="
">
ନୋରାଙ୍କର ଅନେକ ଫ୍ୟାନ୍ କ୍ଲବ୍ ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ଏକ ଟିମ ଗଠନ କରିଥିଲେ ଏବଂ ନୋରା ନାଁରେ ଏକ ଫାଉଣ୍ଡେସନର 300 ପିଲାଙ୍କୁ ଖାଇବାକୁ ଦେଇଥିଲେ । ଏକ ଭିଡିଓ ତିଆରି କରିବା ପରେ ପ୍ରଶଂସକମାନେ ଏହାକୁ ନୋରାକୁ ପଠାଇଲେ । ଭିଡିଓ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଭିଡିଓରେ ଥିବା ସମସ୍ତ ପିଲାମାନେ ନୋରାଙ୍କୁ ଗୋଟିଏ ପରେ ଗୋଟିଏ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।
ଭିଡିଓ ସେୟାର କରି ନୋରା ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ମୁଁ ବର୍ତ୍ତମାନ ସତରେ କାନ୍ଦୁଛି। ଏହା ହେଉଛି ମୋ ପାଇଁ ସର୍ବଶ୍ରେଷ୍ଠ ଉପହାର। ମୋର ସମସ୍ତ ଫ୍ୟାନ୍ କ୍ଲବଙ୍କୁ ଧନ୍ୟବାଦ, ଯେଉଁମାନେ ଏକତ୍ରିତ ହୋଇଥିଲେ ଏବଂ ମୋ ନାମରେ ଅନେକ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ । ଏହି ଅଦ୍ଭୁତ ମୂଲ୍ୟବାନ ଉପହାର ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ