ହାଇଦ୍ରାବାଦ: ସୈଫ-କରିନାଙ୍କ ଲାଡଲା ବା ବଲିଉଡର ଷ୍ଟାର କିଡ ତୈମୁର ଅଲ୍ଲୀ ଖାନଙ୍କ ପାଇଁ ସୈଫ-କରିନାଙ୍କ ପଡୋଶୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି । ଜନ୍ମ ପରଠୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ତୈମୁର । ତେବେ ତାଙ୍କର ଏହି ପପୁଲାରିଟି ତାଙ୍କ ପଡୋଶୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଶେଷରେ ପଡୋଶୀଙ୍କୁ ପୋଲିସର ସାହାଯ୍ୟ ନେବାକୁ ପଡିଛି ।
ତେବେ ମୁଣ୍ଡବିନ୍ଧାର କାରଣ ତୈମୁର ନୁହଁନ୍ତି ବରଂ ତାଙ୍କ ପପୁଲାରିଟି । ବିଭିନ୍ନ ମିଡିଆ ଚ୍ୟାନେଲ ତୈମୁରଙ୍କ ଫଟୋ ନେବା ପାଇଁ ସବୁବେଳେ ସୈଫ-କରିନାଙ୍କ ଘର ଆଗରେ ଠିଆ ହୁଅନ୍ତି ଫଳରେ ପଡୋଶୀମାନଙ୍କୁ ଏଥିରେ ଅସୁବିଧା ହୋଇଥାଏ ଓ ଶେଷରେ ସେମାନେ ପୋଲିସରେ ଅଭିଯୋଗ କରିବା ପରେ ମିଡିଆ ମାନଙ୍କୁ ସେଠାରୁ ବାହାର କରାଯାଇଛି ।
ତେବେ ତୈମୁରଙ୍କ ପିତା ସୈଫ ମିଡିଆକୁ ସବୁବେଳେ ଅନୁରୋଧ କରିଥାନ୍ତି ବେଶି ଫଟୋ ନଉଠେଇବା ପାଇଁ । ବେଳେବେଳେ ସୈଫ ଫଟୋଗ୍ରାଫର୍ସଙ୍କୁ ଗାଳି କରିଥିବାର ବି ନଜିର ରହିଛି । ଏବେ ତୈମୁର ପରିବାର ସହ ପଟୌଦି ବୁଲିବାକୁ ଯାଇଛନ୍ତି ।