ନୂଆଦିଲ୍ଲୀ: ଆସୁଛି ହୋଲି । ଯାହାକୁ ନେଇ ସମସ୍ତେ ଉତ୍ସାହିତର ସହିତ ଏହାକୁ ସେଲିବ୍ରେଟ କରିବାକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି । ଏବେ ବଲିଉଡ ଗାୟିକା ନେହା କକ୍କର ଏବଂ ସ୍ବାମୀ ରୋହନପ୍ରୀତ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁହେଁ ବିବାହ ପରେ ସେମାନଙ୍କର ଫାଷ୍ଟ ହୋଲି ଏକାଠି ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ, ନେହା ରୋହନପ୍ରୀତଙ୍କ ସହ ସୁଇମିଂପୁଲରେ ମଜା କରୁଛନ୍ତି । ଏଥିସହିତ ଟୋନିଙ୍କ ନୂଆ ଗୀତ ସୁଟ୍ ତେରା ଟାଇଟ୍ ଗୀତରେ ଡ୍ୟାନ୍ସ ମଧ୍ୟ କରୁଛନ୍ତି ।
ଏହି ଭିଡିଓରେ ନେହା ରୋହନପ୍ରୀତଙ୍କ ସମେତ ଟୋନି ଏବଂ ତାଙ୍କ ପରିବାର ସାଥୀମାନଙ୍କୁ ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରି କ୍ୟାପସନରେ ନେହା ଲେଖିଛନ୍ତି, 'ମାରୁ ପିଚକରୀ ହୋକେ ଲେପ୍ଟ, ହୋକେ ରାଇଟ । ପରିବାର ସଦସ୍ୟଙ୍କ ସହିତ ଘରେ ପ୍ରି ହୋଲି ମଜା ।
ପ୍ରକାଶ ଥାଉ ଯେ, ନେହା 26 ଅକ୍ଟୋବରରେ ଦିଲ୍ଲୀର ଗୁରୁଦ୍ବାରରେ ରୋହନପ୍ରୀତଙ୍କୁ ବିବାହ କରିଥିଲେ ।