ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର । ଗରମି, ସାକି ସାକି, ଆଖଁ ମାରେ, କୋକାକୋଲା, ହୁକ ଅପ୍, ଧିମି ଧିମି ପ୍ରଭୃତି ଗୀତରେ ଦର୍ଶକଙ୍କୁ ବାନ୍ଧିଥିବା ନେହାଙ୍କ ଟାଲେଣ୍ଟ ସମସ୍ତେ ଜାଣନ୍ତି । ମାତ୍ର 4 ବର୍ଷ ବୟସରୁ ନେହା ଗୀତ ଗାଇବା ଆରମ୍ଭ କରିଥିଲେ । ହେଲେ ଖୁବ୍ କମ ଲୋକ ଜାଣନ୍ତି ଯେ ନେହାଙ୍କୁ ଏକ ବଲିଉଡ ବିଗ୍ ବ୍ରେକ୍ ଦେବାରୁ ଅଟକାଇଥିଲେ ପ୍ରଖ୍ୟାତ ଗାୟିକା ସୁନିଧି ଚୌହାନ ।
ଯଦିଚ ଏଥିରେ ସୁନିଧିଙ୍କ ସିଧାସଳଖ କୌଣସି ଭୂମିକା ନଥିଲା ତେବେ ସେ ନେହାଙ୍କୁ ରିପ୍ଲେସ କରିଥିଲେ । ନୀଲ ନୀତିନ ମୁକେଶ ଓ ବିପାଶା ବସୁଙ୍କ ଫିଲ୍ମ 'ଆ ଦେଖେ ଜରା'ରେ ଗଜବ ଭାୟୋ ରାମା ଗୀତରେ ଗାଇବା ପାଇଁ ନେହାଙ୍କୁ ଅଫର ଦେଇଥିଲେ ପ୍ରସିଦ୍ଧ ମ୍ୟୁଜିକ ଡିରେକ୍ଟର ପ୍ରୀତମ । ସବୁକିଛି ଫାଇନାଲ ହୋଇଯାଇଥିଲା ହେଲେ ପ୍ରୀତମଙ୍କୁ ଲାଗିଥିଲା ନେହାଙ୍କ ଭଏସ ବିପାଶାଙ୍କୁ ସୁଟ୍ କରିବନି । ସେଥିପାଇଁ ସେ ନେହାଙ୍କୁ ରିଜେକ୍ଟ କରି ସୁନିଧିଙ୍କୁ ସୁଯୋଗ ଦେଇଥିଲେ । ଫଳରେ ନେହା ନିଜର ବିଗ୍ ବଲିଉଡ ବ୍ରେକ ହରାଇଥିଲେ ।
ଅବଶ୍ୟ ପରେ ସେ ମୀରାବାଈ ନଟଆଉଟରୁ ନିଜ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ । ତେବେ କକଟେଲର ଗୀତ ସେକେଣ୍ଡ ହ୍ୟାଣ୍ଡ ଜୱାନୀ ତାଙ୍କୁ ଅଧିକ ଫେମସ କରିଥିଲା । ନେହା ବର୍ତ୍ତମାନ ରିଆଲିଟି ଶୋ ଇଣ୍ଡିଆନ ଆଇଡଲର ଜଜ ଅଛନ୍ତି । ନିକଟରେ ସେ ୟୁଟ୍ୟୁବରେ ବିଶ୍ବର ଅନ୍ୟତମ ଅଧିକ ସର୍ଚ୍ଚ କରିଥିବା ଫିମେଲ ଷ୍ଟାର ପାଲଟିଥିଲେ । ଏଥିରେ ତାଙ୍କ ଉପରେ କେବଳ ଆମେରିକାନ ରାପର କାର୍ଡି ବି ଥିଲେ ।