ମୁମ୍ବାଇ: ଫେମସ ଗାୟିକା ନେହା କକ୍କର କିଛି ଦିନ ହେବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ । ସିଙ୍ଗିଂ ରିୟାଲିଟି ଶୋ ଆଦିତ୍ୟ ନାରାୟଣ ଓ ନେହାଙ୍କ ବିବାହ ଫର୍ମାଟ ଚାଲିଛି । ଆଉ ଦୁଇଜଣଙ୍କ ମସ୍ତିଭରା ରୋମାଣ୍ଟିକ ଅନ୍ଦାଜ ଫ୍ୟାନ୍ସଙ୍କ ମଧ୍ୟ ମନ କିଣୁଛି । ନିକଟରେ ଶୋରେ ଘୋଷଣା ହୋଇଥିଲା ଯେ ଦୁଇଜଣ ପ୍ରେମ ଦିବସ ତଥା ଭାଲେଣ୍ଟାଇନ ଡେରେ ବିବାହ କରିବେ । ଯାହା ପରେ ଫ୍ୟାନ୍ସ ଦୁଇଜଣଙ୍କ ବିବାହ ଦେଖିବାକୁ ଖୁବ୍ ବ୍ୟାକୁଳ।
- " class="align-text-top noRightClick twitterSection" data="">
ହେଲେ ଏହାପୂର୍ବରୁ ଦୁଇଜଣଙ୍କ ‘ଗୋଆୱାଲେ ବିଚ’ ଗୀତ ରିଲିଜ ହୋଇଯାଇଛି । ଯାହାକୁ ନେହା, ଟୋନି କକ୍କର ଓ ଆଦିତ୍ୟ ମିଶି ଗାଇଛନ୍ତି । ଗୀତରେ ନେହା ଓ ଆଦିତ୍ୟଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛି। ନେହାଙ୍କ ହଟ ଅବତାର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି।
ଗୀତ ରିଲିଜ ପୂର୍ବରୁ ନେହା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ । କଥାଟି ହେଲା ଯେ ଗତ 10 ତାରିଖରେ ଗୀତ ରିଲିଜ ହୋଇଥାଆନ୍ତା କିନ୍ତୁ କିଛି ସମସ୍ୟା ପାଇଁ ଏହି ଗୀତ ରିଲିଜ ହୋଇପାରିନଥିଲା । ଏଥି ନିମନ୍ତେ ନେହା ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି।
ସେ ସୋମବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଆମେ ଆପଣଙ୍କୁ କ୍ଷମା ମାଗୁଛୁ । ଗୋଆ ବିଚର ଭିଡିଓ ମଙ୍ଗଳବାର ରିଲିଜ କରିବୁ।’