ମୁମ୍ବାଇ: ଦେଶ କୋରୋନା ମହାମାରୀର ଦ୍ବିତୀୟ ଲହର ସହ କ୍ରମାଗତ ଭାବେ ଲଢୁଛି। ଏହି ମହାମାରୀ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଜଣାଶୁଣା ବ୍ୟକ୍ତିତ୍ବଙ୍କର ମୃତ୍ୟୁ ହୋଇସାରିଲାଣି । ଏପରି ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ବଲିଉଡର ଆଉ ଜଣେ ସଦସ୍ୟ । ଲେଖକ ସୁବୋଧ ଚୋପ୍ରାଙ୍କ ଦେହାନ୍ତ । ସେ କୋରୋନାକୁ ପରାସ୍ତ କରିବାରେ ସଫଳ ହୋଇଥିବା ବେଳେ ହୃଦଘାତ ନେଲା ତାଙ୍କ ଜୀବନ।
ସେ ଲୋକପ୍ରିୟ ଇମ୍ରାନ ହାସମୀଙ୍କ ‘ମର୍ଡର’ ଏବଂ ଇରଫାନ ଖାନଙ୍କ ଅଭିନୀତ ‘ରୋଗ’ ଭଳିର ଫିଲ୍ମରେ ଡାଇଲଗ ଲେଖିଥିଲେ ।
ସେପଟେ 49 ବର୍ଷିୟ ସୁବୋଧଙ୍କ ଭାଇ ଶୋକ ପ୍ରକାଶ କରି କହିଛନ୍ତି, ‘ଗତ ଶନିବାର ସୁବୋଧଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଥିଲା । ହେଲେ ସୋମବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡି ଯାଇଥିଲା । ହଠାତ୍ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଘରେ ତାଙ୍କ ପାଇଁ ଅକ୍ସିଜେନ ସିଲେଣ୍ଡରର ବ୍ୟବସ୍ଥା କରାଯାଇଥିଲା । ହେଲେ ତାଙ୍କୁ ବଞ୍ଚାଇ ପାରିଲୁନାହିଁ ।’