ମୁମ୍ବାଇ: ଏଥର ବକ୍ସ ଅଫିସରେ ଦମଦାର ଆକ୍ସନ ଫିଲ୍ମର ହେବ ଆଟାକ୍ । କାରଣ ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ, ଇମରାନ ହାସମୀ, ସୁନୀଲ ସେଟ୍ଟୀ ଓ ମହେଶ ମାଞ୍ଜରେକରଙ୍କ ଜବରଦସ୍ତ ଆକ୍ସନ ସିନ ପରଦାରେ ଦେଖିବେ ଦର୍ଶକ । ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ଆକ୍ସନ ଡ୍ରାମା ଫିଲ୍ମ ‘ମୁମ୍ବାଇ ସାଗା’ର ଶାନଦାର ଟ୍ରେଲର ଶୁକ୍ରବାର ଦିନ ରିଲିଜ ହୋଇଯାଇଥିଲା । ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି ।
ଏବେ ଫିଲ୍ମ 'ମୁମ୍ବାଇ ସାଗା'ର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଯାଇଛି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । 'ମୁମ୍ବାଇ ସାଗା' ଚଳଚ୍ଚିତ୍ରର ଗୀତର ନାମ ହେଉଛି 'ଶୋର ମଚେଗା' ।
'ଶୋର ମାଚେଗା' ଗୀତକୁ ଫେମସ ଗାୟକ ତଥା ରାପର ୟୋ ୟୋ ହନି ସିଂ ଗାଇଛନ୍ତି ଏବଂ ଏହି ଗୀତଟିକୁ ହୋମି ଦିଲ୍ଲୀୱାଲା ଲେଖିଛନ୍ତି ।
- " class="align-text-top noRightClick twitterSection" data="">
ଗୀତ 'ଶୋର ମଚେଗା' ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସଙ୍ଗୀତ ପ୍ରେମୀ ଏବଂ ହନି ସିଂଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ନୂତନ ଗୀତକୁ ବହୁତ ପସନ୍ଦ କରୁଛନ୍ତି । ଏପର୍ଯ୍ୟନ୍ତ, 'ଶୋର ମ୍ୟାଚେଗା' ଗୀତଟିକୁ ୟୁଟ୍ୟୁବରେ 1.5 ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି । ଏହି ଫିଲ୍ମ ମାର୍ଚ୍ଚ 19 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ଏହି ଚଳଚ୍ଚିତ୍ରର କାହାଣୀ 80 ଦଶକର ଅଟେ ଏବଂ ଏଥିରେ ଏକ ଗ୍ୟାଙ୍ଗଷ୍ଟରର କାହାଣୀ ଚିତ୍ରିତ ହୋଇଛି ।
ପ୍ରକାଶ ଥାଉ ଯେ,ଏହି ଚଳଚ୍ଚିତ୍ରର କାହାଣୀ ସଞ୍ଜୟ ଗୁପ୍ତା ଲେଖିଛନ୍ତି । ସେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।