ETV Bharat / sitara

Mumbai Drugs Case: ମୁଖ୍ୟ ସାକ୍ଷୀର ମହାଖୁଲାସା, ପ୍ରତ୍ୟାଖ୍ୟାନ କଲା NCB - ଆର୍ଯ୍ୟନ ଖାନ

ଆର୍ଯ୍ୟନ ଖାନ ଗିରଫ ହେବା ପରେ ତାଙ୍କ ସହ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଥିଲା । କେ.ପି ଗୋସାୱୀ ନାମକ ଏହି ବ୍ୟକ୍ତିର ବଡିଗାର୍ଡ ତଥା ମାମଲାର ସାକ୍ଷୀ ପ୍ରଭାକର କରିଛି ବଡ ଖୁଲାସା । ଅଧିକ ପଢନ୍ତୁ...

Mumbai Drugs Case: ମୁଖ୍ୟ ସାକ୍ଷୀର ମହାଖୁଲାସା, ପ୍ରତ୍ୟାଖ୍ୟାନ କଲା NCB

author img

By

Published : Oct 24, 2021, 3:37 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଡ୍ରଗ୍ସ ମାମଲା ନେଇଛି ନୂଆ ମୋଡ । ଆର୍ଯ୍ୟନ ଖାନ ଗିରଫ ହେବା ପରେ ତାଙ୍କ ସହ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହୋଇଥଇଲା । କେ.ପି ଗୋସାୱୀ ନାମକ ଏହି ବ୍ୟକ୍ତିର ବଡିଗାର୍ଡ ତଥା ମାମଲାର ସାକ୍ଷୀ ପ୍ରଭାକର କରିଛି ବଡ ଖୁଲାସା ।

ପ୍ରଭାକର କହିବାନୁଯାୟୀ, NCB କାର୍ଯ୍ୟାଳୟରେ ଏକ ଖାଲି କାଗଜରେ ଜବରଦସ୍ତି ହସ୍ତାକ୍ଷର କରାଯାଇଛି । ତାକୁ ଏହି ଗିରଫଦାରୀ ବାବଦରେ ଜଣାନଥିଲା । କେ.ପି ଗୋସାୱି ସମେତ ପ୍ରଭାକର ମଧ୍ୟ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଛି ।

କେ.ପି ଗୋସାୱିର ବ୍ୟକ୍ତିଗତ ଅଙ୍ଗରକ୍ଷୀ ଭାବରେ କାର୍ଯ୍ୟ କରେ ପ୍ରଭାକର । କ୍ରୁଜରେ ରେଡ୍‌ ସମୟରେ ଗୋସାୱି ସହ ଉପସ୍ଥିତ ଥିଲା ପ୍ରଭାକର । ତେବେ ଘଟଣାରେ ଗୋସାୱି ଫେରାର ହୋଇଯାଇଥିବା ବେଳେ ଏପଟେ ନିଜ ଜୀବନ ପ୍ରତି ବିପଦ ଥିବା କହିଛି ପ୍ରଭାକର ।

ଦସ୍ତାବିଜରେ ସ୍ୟାମ ଡିସୁଜା ନାଁରେ ଜଣେ ବ୍ୟକ୍ତିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛି ପ୍ରଭାକର । ତେବେ ପ୍ରଭାକରର କହିବାନୁଯାୟୀ, ସ୍ୟାମ ଡିସୁଜା ସହ ତାର ସାକ୍ଷାତ ଏନସିବି କାର୍ଯ୍ୟାଳୟ ବାହାରେ ହୋଇଥିଲା । ଏହି ସମୟରେ ଡିସୁଜା କେପି ଗୋସାୱିଙ୍କୁ ଭେଟିବାକୁ ଆସିଥିଲେ । ଏକ ମଲ୍‌ରେ ଉଭୟଙ୍କ ମଧ୍ୟରେ 18 କୋଟି ଟଙ୍କାର ଡିଲ୍‌ ହୋଇଥିବା କହିଛି ପ୍ରଭାକର । ଆର୍ଯ୍ୟନକୁ ଛାଡି ଦେବା ପାଇଁ ଏହି ଡିଲ୍‌ ହୋଇଥିବା ପ୍ରଭାକର କହିଛି ।

ଏପଟେ ପ୍ରଭାକରର ଖୁଲାସା ପରେ ଆକ୍ରମକ ହୋଇପଡିଛନ୍ତି ଶିବସେନା ଓ ଏନସିପି । ଡ୍ରଗ୍ସ ମାମଲାରେ ପ୍ରଭାକରର ଦାବି ପରେ ଶିବସେନା ଓ ଏନସିପି ପୁଣି ଥରେ ଏନସିବିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନୱାବ ମଲିକ ମଧ୍ୟ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.